Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ; କେବେ ଯାଏଁ ହେପାଜତରେ ରହିବେ ମେହବୁବା ମୁଫତି?

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ କେତେ ଦିନ ହେପାଜତରେ ରଖାଯାଇପାରିବ? ଜାମ୍ମୁ କାଶ୍ମୀର ପ୍ରଶାସନକୁ ଏଭଳି ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ଏପରିକି ତାଙ୍କ ଝିଅ ଇଲତିଜା ମୁଫତି ତାଙ୍କୁ ଦେଖା କରିବା ପାଇଁ ଅନୁମତି ମାଗିଛନ୍ତି ।

ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ ରେ ହେବାକୁ ଥିବା ବେଳେ ଜନ ସୁରକ୍ଷା ଆଇନ ଅନୁଯାୟୀ ଜଣେ ବ୍ୟକ୍ତି ସର୍ବାଧିକ କେତେ ଦିନ ପାଇଁ ହେପାଜତରେ ରହି ପାରିବେ ବୋଲି କୋର୍ଟ ସ୍ଥାନୀୟ ପ୍ରଶାସନକୁ ଜବାବ ମାଗିଛନ୍ତି ।

ସୂଚନାନୁଯାୟୀ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ତଥା ଅଗଷ୍ଟ ୨ ତାରିଖ ଠାରୁ ତାଙ୍କୁ ସୁରକ୍ଷା କାରଣରୁ ଗିରଫ କରାଯାଇଥିଲା । ତେବେ ଉକ୍ତ ଘଟଣାକୁ ପାଖାପାଖି ୧ ବର୍ଷ ପୂରିଗଲାଣି । ତଥାପି ତାଙ୍କୁ ମୁକ୍ତ କରାଯାଉନଥିବା ସୁତ୍ରରୁ ପ୍ରକାଶ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତିକୁ ସର୍ବଦା ଜେଲରେ ରଖାଯାଇ ପାରିବ ନାହିଁ । ସେଥିପାଇଁ କିଛି ରାସ୍ତା ଖୋଜିବା ଆବଶ୍ୟକ ।

Leave A Reply

Your email address will not be published.