Latest Odisha News

BREAKING NEWS

ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା: ମେ’ ୬ରୁ ଓଜେଇଇ ପରୀକ୍ଷା, ମୋଟ ୩୩ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ମେ’ ୬ ତାରିଖରୁ ୧୦ ତାରିଖ ଯାଏଁ ହେବ ପରୀକ୍ଷା । ରାଜ୍ୟ ମଧ୍ୟରେ ୩୦ ଓ ରାଜ୍ୟ ବାହାରେ ୩ ଟି କେନ୍ଦ୍ରରେ ହେବ ପରୀକ୍ଷା । ଓଜେଇଇ ପରୀକ୍ଷା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ୧୫ ତାରିଖ ଯାଏଁ ଚାଲିବ ।

 

ଆଗ୍ରହୀ ପରୀକ୍ଷାର୍ଥୀ କେବଳ ଓଜେଇଇ ୱେବସାଇଟ୍ (www.ojee.nic.in) ମାଧ୍ୟମରେ ଅନଲାଇନରେ ସମ୍ପୃକ୍ତ ଆବେଦନ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି । ଓଜେଇଇ ୱେବସାଇଟ୍ ମାଧ୍ୟମରେ ଅନଲାଇନ ଆବେଦନ ପୂରଣ ତାରିଖ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୫ ଯାଏଁ ଚାଲିବ । ଓଜେଇଇ ପରୀକ୍ଷା କିଭଳି ଭାବେ ସଠିକ ଓ ସୁଚାରୁରୂପେ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

 

ବି ଫାର୍ମା, ଏମସିଏ, ଏମବିଏ, ବିଟେକ, ଏମଟେକ, ଏମଆର୍ଚ ଏବଂ ଏମଫାର୍ମା ଭଳି ପାଠ୍ୟକ୍ରମ ପାଇଁ ପରୀକ୍ଷା ହେବ । ତେବେ ଉକ୍ତ ପରୀକ୍ଷା ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ପ୍ରବେଶିକା ପରୀକ୍ଷା କରାଯିବ ।

Leave A Reply

Your email address will not be published.