Latest Odisha News

BREAKING NEWS

ଥମୁନି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଢେଙ୍କାନାଳ : ଦିନକୁ ଦିନ ବଢ଼ିଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡ଼ା ପଞ୍ଚାୟତ ବାଲିକିଆରି ଗାଁରେ ମାତିଛନ୍ତି ହାତୀ । ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ ।

ମୃତକ ଜଣକ ହେଲେ ବାଲିକିଆରୀ ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଲକ୍ଷ୍ମୀଧରଙ୍କୁ ଏକୁଟିଆ ପାଇ ହାତୀଟି ଆକ୍ରମଣ କରିଥିଲା । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ ଆତଙ୍କ ଲାଗି ରହୁଥିବାରୁ ଭୟରେ ଦିନ କାଟୁଛନ୍ତି ଲୋକେ । ହାତୀ ଆକ୍ରମଣ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ବନ ବିଭାଗକୁ ଖବର ଦିଆଯାଇଛି ।

ତେବେ ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖୁନଥିବା ଏବଂ ସଠିକ୍‌ ଭାବେ ଦାୟିତ୍ୱ ତୁଲାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.