କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୦ ବର୍ଷର ପୁରୁଣା ଓପିଡି ବିଲଡିଂକୁ ଖୁବ୍ ଶୀଘ୍ର ଏକ ଐତିହ୍ୟ କୋଠା ଭାବରେ ଘୋଷଣା କରାଯିବ।
ଏପରିକି ସୂଚନାନୁସାରେ ଏହି କୋଠାର ନବୀକରଣ କରାଯାଇ ଏହାକୁ ସଂଗ୍ରହାଳୟରେ ପରିଣତ କରାଯିବ।
ଏହି ବିଲ୍ଡିଂକୁ ନୂଆ ରୂପ ଦେବା ସହ ସୁରକ୍ଷା ତଥା ସଂରକ୍ଷଣ ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡିଛି। ଏସମ୍ପର୍କରେ କୌଣସି ବିଜ୍ଞପ୍ତି ଏଯାବତ୍ ଜାରି କରାଯାଇ ନାହିଁ ତଥାପି ଆଲୋଚନା ସ୍ତରରେ ସବୁ କିଛି ରହିଛି ବୋଲି ସୁତ୍ରରୁ ପ୍ରକାଶ।
ଏସସିବି ମେଡିକାଲ କଲେଜ ଏବଂ ହସପିଟାଲକୁ ବିଶ୍ୱ ସ୍ତରୀୟ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଯାହା ଦ୍ବାରା ଓଡିଶାର ଲୋକମାନେ ଆନ୍ତର୍ଜାତୀୟ ମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ। ଖୁବଶୀଘ୍ର ଏହି ପ୍ରକଳ୍ପ ପାଇଁ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି।
ତେବେ ପୁରୁଣା ଓପିଡି ବିଲ୍ଡିଂର ତଳ ମହଲାରେ ୨୦ରୁ ଅଧିକ କୋଠରୀ ଅଛି। ସେହି କୋଠରୀ ଗୁଡ଼ିକ ମଧ୍ୟରୁ ଅଧିକାଂଶ ୨୦୧୬-୧୭ ମସିହା ଠାରୁ ବିପଦଶଙ୍କୁଳ ସ୍ଥିତିରେ ରହିଛି। ଯାହା ପରେ ରାଜ୍ୟ କାର୍ଯ୍ୟ ବିଭାଗ ଦ୍ୱାରା ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।
ସୂଚନାଯୋଗ୍ୟ, ୧୯୪୦ ଦଶକରେ ରାୟ ସାହେବ ଏନ.ଏନ ସୋର ଏବଂ ଧିରେନ୍ଦ୍ର ନାଥ ସୋର ଦ୍ୱାରା ନିର୍ମିତ ହୋଇଥିଲା।
Comments are closed.