ବାରଙ୍ଗ: କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ କୁଆଖାଇ ନଦୀରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । କିଛି ଦିନ ହେଲା ବୃଦ୍ଧ ଜଣକ ନିଖୋଜ କୁଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନଥିଲା
ମୃତ ବ୍ୟକ୍ତି ହେଲେ ୬୫ ବର୍ଷିୟ ବାଦଲ ସାମଲ । ତାଙ୍କ ଘର ବାରଙ୍ଗ ଥାନା ନରଣପୁରରେ । ତାଙ୍କ ନିଖୋଜ ହେବା ନେଇ ବାରଙ୍ଗ ଥାନାରେ ଏବାବଦରେ ପରିବାର ଲୋକେ ଅଭିଯୋଗ କରିଥିଲେ ।
ଗୁରୁବାର ସକାଳେ ନରଣପୁର ନିକଟସ୍ଥ କୁଷ୍ଣସରଣପୁର କୁଆଖାଇ ନଦୀରେ ମୃତଦେହ ଭାସୁ ଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ସେମାନେ ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇ ଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
Comments are closed.