Latest Odisha News

BREAKING NEWS

କଳାକାର କଳିରେ ପୁଣି ଲାଗିଲା ନିଆଁ: ସୋସିଆଲ ମିଡିଆରେ ଅଡିଓ କଲ ସେୟାର କଲେ ମନୋଜ ମିଶ୍ର

ଭୁବନେଶ୍ୱର:ପୁଣି ସୋସିଆଲ ମିଡିଆରେ ନିଆଁ ଜଳାଇଲେ ମନୋଜ ମିଶ୍ର । କିଛି ପ୍ରଯୋଜକଙ୍କ ଅଡିଓ କଲ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କଳାକାର କଳି ଆହୁରି ଘନେଇଛି । ଗୁରୁବାର ବସିଥିବା  ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକକୁ ମନୋଜ ଆସି ନ ଥିବାରୁ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା । ଏହା ପରେ ମନୋଜ  ସେହିଦିନ  ଏକ ଭିଡିଓ ନିଜ ଫେସ ବୁକରେ ପୋଷ୍ଟ କରି ଅରିନ୍ଦମଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ।  ଭିଡିଓରେ ତାଙ୍କ ପାଖରେ ଅନେକ ପ୍ରମାଣ ରହିଛି ଏବଂ ଚାହିଲେ ସମସ୍ତଙ୍କ ମୁଖା ଖୋଲି ପାରିବି ବୋଲି ଚେତାବନୀ ଦେଇଥିଲେ । ଏହାର କିଛି ସମୟ ପରେ ପୁଣି କିଛି ଅଡିଓ କଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି ।  ମନୋଜ ମିଶ୍ରଙ୍କ ଫିଲ୍ମକୁ କିଏ ବ୍ୟାନ କରିଥିଲେ, କିଏ ସମର୍ଥନ କରିଥିଲେ, ଏବେ ବସିଥିବା ପ୍ରଯୋଜକ ବୈଠକରେ ମନୋଜ କ’ଣ କଥା ହେଉଥିଲେ ଏ ସବୁର କଲ ରେକର୍ଡିଂ  ନିଜ ଫେସବୁକ ପେଜରେ ସେୟାର କରିଛନ୍ତି ମନୋଜ ମିଶ୍ର । ଏହି ଅଡିଓ କଲ ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ଓ କୁନା ତ୍ରିପାଠୀର ।

କଲ ପୋଷ୍ଟ କରିବା ପୂର୍ବରୁ ମନୋଜ ଏହାର କାରଣ ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି, ‘ଦୟାକରି ମତେ ରାଜନୀତି ଭିତରକୁ ଟାଣନ୍ତୁ ନାହିଁ ।  ମୁଁ ଜଣେ କଳାକାର, କଳାକାର ହେଇ ରହିବାକୁ ଦିଅନ୍ତୁ ।  ***** ଆପଣ ମାନଙ୍କୁ confuse କରା ହେଉଛି ସେଥିପାଇଁ ମୁଁ ବାଧ୍ୟ ହେଇ ସମସ୍ତଙ୍କର call record ଆପଣମାନଙ୍କ ସମ୍ମୁଖରେ ରଖୁଛି ।’

ସେ ତାଙ୍କ ଲେଖାରେ ଆହୁରି ଲେଖିଛନ୍ତି, ‘ପୁଣି ଥରେ କହୁଛି ମୁଁ ରାଜନୀତି କରୁନି  । ମୁଁ ଜଣେ କଳାକାର, ମତେ ସାରା ଓଡ଼ିଶାରୁ ସପୋର୍ଟ ମିଳୁଚି ଓ ସମସ୍ତେ ସମସ୍ତଙ୍କ style ରେ ସପୋର୍ଟ କରୁଛନ୍ତି, ମୁଁ ସାରା ଓଡ଼ିଶା ବାସୀଙ୍କ ପାଖରେ କୃତଜ୍ଞ ।’ ତେବେ ଏହି ଓଡ଼ିଶାର ସିନେମା distribution system ବହୁତ ଜଲଦି ସରକାର ଠିକ୍ କରିଦେବେ ଏବଂ ସବୁ ସମସ୍ୟା ର ସମାଧାନ ହେଇଯି ବୋଲି ସେ ଆଶା ରଖିଥିବା କହିଛନ୍ତି ।

ତାଙ୍କ ଫିଲ୍ମକୁ ଟୁଟୁ ନାୟକ ବ୍ୟାନ କରିଥିବା ନେଇ ମନୋଜ ମିଶ୍ର ବାରମ୍ବାର ଅଭିଯୋଗ କରି ଆସୁଥିବାବେଳେ ଏହି ଫୋନ କଲ ରେକର୍ଡିଂରେ ଟୁଟୁ ନାୟକ ଏହା ଭିତରକୁ ଅନୁଭବ ଏବଂ ଅରିନ୍ଦମଙ୍କୁ ଟାଣୁଥିବା ଜଣାଯାଇଛି । ଏହି ବିବାଦରେ ‘ଅନୁଭବ ଏବଂ ଅରିନ୍ଦମ ନିଆଁରେ ଘିଅ ଡାଳୁଛନ୍ତି’ ବୋଲି ମନୋଜଙ୍କୁ ଟୁଟୁ ନାୟକ କହୁଥିବା ଜଣାଯାଇଛି ।

ସେହିପରି ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକକୁ ମନୋଜ ଆସିନ ଥିବା ନେଇ ଅନେକ ପ୍ରଶ୍ନ ଉଠି ଥିଲା । ହେଲେ   ତାଙ୍କ ମା’ଙ୍କ ଦେହ ଖରାପ ଥିବାରୁ ସେ ଆସି ପାରି ନ ଥିବା କୁନା ମିଶ୍ରଙ୍କୁ କହିଥିଲେ ଯାହାର ଅଡିଓ ବି ସେୟାର କରିଛନ୍ତି ।

ସେହିପରି ସ୍ଥିତ ପଟ୍ଟନାୟକଙ୍କ ସହ ମନୋଜଙ୍କର ଏକ ଅଡିଓ କଲ ସେୟାର କରାଯାଇଛି, ଯେଉଁଥିରେ ମନୋଜ ମିଶ୍ରଙ୍କୁ ବାସନ୍ଦ କରିବାକୁ ନେଇ କିଏ କ’ଣ କହୁଥିଲେ ତାହାର ସୂଚନା ଦେଇଛନ୍ତି ସ୍ଥିତ ପଟ୍ଟନାୟକ । ଏପରିକି ଶ୍ରୀତମ ଦାସ ମନୋଜଙ୍କ ବାସନ୍ଦଙ୍କୁ କିପରି ସମର୍ଥନ କରୁଛନ୍ତି ତାହାର ବିବରଣୀ ମଧ୍ୟ ରହିଛି।

ଯାହା ବି ଏହି ବ୍ୟକ୍ତିଗତ ଫୋନ କଲ ସାର୍ବଜୀନନ ହେବା ପରେ କଳାକାର, ପ୍ରଯୋଜକ କଳି ଆହୁରି ଉଗ୍ର ରୂପ ଧାରଣ କରିବାର  ଆଶଙ୍କା ଦେଖା ଦେଇଛି ।

Comments are closed.