Latest Odisha News

BREAKING NEWS

ବିଶ୍ୱକପରୁ ଓହରିଲେ ହାର୍ଦ୍ଦିକ, ପ୍ରସିଦ୍ଧ କ୍ରିଷ୍ଣା ସାମିଲ

ମୁମ୍ବାଇ: ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ କ୍ରିକେଟର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ସେ ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେ ଟିମ ସହିତ ରହିବେ ଏବଂ ସମର୍ଥନ କରିବେ ବୋଲି କହିଛନ୍ତି । ଭାରତ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ୭ ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ତାଙ୍କ ବଦଳରେ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ପ୍ରସିଦ୍ଧ ପ୍ରଥମ ଥର ପାଇଁ ବିଶ୍ୱକପରେ ଟିମର ଅଂଶବିଶେଷ ହୋଇଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ହାର୍ଦ୍ଦିକ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ତାଙ୍କ ଚିକିତ୍ସା ଏନସିଏରେ କରାଯାଇଥିଲା ।

ଏହି ମ୍ୟାଚରେ ସେ ମାତ୍ର ୩ଟି ବଲ ବୋଲିଂ କରିଥିଲେ । ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହା ସମ୍ଭବପର ହୋଇ ନାହିଁ । ବିଶ୍ୱକପ ପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟିମ ଇଣ୍ଡିଆ ମ୍ୟାନେଜମେଂଟ ମଧ୍ୟ ଅନାବଶ୍ୟକ ରିସ୍କ ନେବାକୁ ଚାହିଁ ନାହାନ୍ତି ।

Leave A Reply

Your email address will not be published.