Latest Odisha News

BREAKING NEWS

ଗୋଷ୍ଠୀ ବିବାଦକୁ ନେଇ ଫୁଟିଲା ଗୁଳି, ଜଣେ ଗୁରୁତର

ରାଉରକେଲା: ରାଉରକେଲାରେ ଗୁଳିକାଣ୍ଡ । ଗୋଷ୍ଠୀ ବିବାଦକୁ ନେଇ ଫୁଟିଲା ଗୁଳି । ଆଜି ସକାଳ ପ୍ରାୟ ୮ଟାରେ ବିଶ୍ରା ଆଇଟିଆଇ ବସ୍ତିରେ ଗୁଳିକାଣ୍ଡ ହୋଇଛି l ଦୁଇ ଅଜ୍ଞାତ ଯୁବକଙ୍କ ଗୁଳିମାଡ଼ରେ ପିକଅପ ଡ୍ରାଇଭର ମହମ୍ମଦ ରାଜା ଗୁରୁତର ହୋଇଛନ୍ତି l ରାଜାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତାଙ୍କ ଛାତିରେ ଗୁଳି ବାଜିଛି l ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ଗୁଳି ଚଳାଇଥିବା ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବିଶ୍ରା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ଯୁବକ ଜଣଙ୍କ କୌଣସି କାମରେ ବଜାରକୁ ଆସିଥିଲେ । ଏହି ସମୟରେ କିଛି ମୁଖାପିନ୍ଧା ଦୁ‍ର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଏଥିରେ ମହମ୍ମଦ ଇରଫାନ୍ ରାଜାର ଡାହାଣ ଛାତିରେ ବାଜିଛି ଗୁଳି । ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କେଉଁ କାରଣ ପାଇଁ ଯୁବକଙ୍କୁ ଗୁଳିମାଡ଼ ହୋଇଛି ତାର କାରଣ ଜଣାପଡ଼ି ନାହିଁ । ପୂର୍ବ ଶତ୍ରୁତା ପାଇଁ ଗୁଳିମାଡ଼ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.