Latest Odisha News

ଫିଲ୍ମ “ବିଶ୍ୱନାଥ“ରେ ନଜର ଆସିବେ ମିହିର ଦାସ ଓ ସଲିଳ ମିତ୍ର, ଟ୍ରେଲର୍ ଲୋକାର୍ପିତ

ଭୁବନେଶ୍ୱର: ଓଲିଉଡର ତାଜା ଖବର । ବହୁଦିନ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ଫିଲ୍ମ ବିଶ୍ୱନାଥର ଟ୍ରେଲର୍ । ଭୁବନେଶ୍ୱରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲାବେଳେ ଅତିଥୀ ଭାବେ ଷ୍ଟାରକାଷ୍ଟ ଓ ଅନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ନଜର ଆସିଥିଲେ ।

ଉପସ୍ଥିତ ଅତିଥୀଙ୍କ ଗହଣରେ ଫିଲ୍ମର ଟ୍ରେଲର୍ ରିଲିଜ ହେବା ପରେ ସମସ୍ତେ ବେଶ ଉତ୍ସାହିତ ଜଣାପଡିଥିଲେ । ଫିଲ୍ମର ମୁଖ୍ୟ ଭୂମିକାରେ ସମ୍ବିତ ଓ ସମ୍ଭାବନାଙ୍କୁ ଦେଖିବାକୁ ମିଳିବ । ସେହିଭଳି ଅଭିନେତ୍ରୀ ସଙ୍ଗୀତା ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିବେ ।

ଲିଡ୍ ପେୟାରକୁ ବାଦ୍ ଦେଲେ ଫିଲ୍ମରେ ମିହିର ଦାସ ଓ ସଲିଳ ମିତ୍ରଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ଏହି ଦୁଇ କଳାକାର ଆଜି ଆମ ଗହଣରେ ନାହାଁନ୍ତି ସତ, ହେଲେ ଫିଲ୍ମ ବିଶ୍ୱନାଥ ଜରିଆରେ ଦୁଇ ମହାନ କଳାକାରଙ୍କୁ ପୁଣିଥରେ ଦର୍ଶକ ବଡପରଦାରେ ଦେଖିବାକୁ ସୁଯୋଗ ପାଇବେ । ଅନ୍ୟ ପ୍ରମୁଖ ଭୂମିକାରେ ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ପିଣ୍ଟୁ ନନ୍ଦ ଓ ଭବାନୀଙ୍କ ଭଳି କଳାକାର ସାମିଲ ଅଛନ୍ତି । ତେବେ ଫିଲ୍ମରେ ଥିବା ଏକ ଆଇଟମ୍ ନମ୍ବରରେ ଅନନ୍ୟା ମଧ୍ୟ ୟୁଏସ୍‌ପି ଫାକ୍ଟର ଭାବେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ଏଚ୍‌ଏମ୍‌ଟି ନିବେଦିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶଙ୍କର ଗୌଡ । ସେହିଭଳି ଟଲିଉଡର ଚିହ୍ନା ଚେହେରା ବବ୍‌ଲି କିରଣ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲାବେଳେ ସଂଳାପ ଭାର ସମ୍ଭାଳିଛନ୍ତି ରଜନୀ ରଂଜନ ।

ଟ୍ରେଲର୍ ରିଲିଜ୍ ଅବସରରେ ରାଇ ମୋହନ ମୁଖ୍ୟ ଆକର୍ଷଣ ସାଜିଥିଲେ । ସଦ୍ୟ ସ୍ଥିତିରେ ଫିଲ୍ମଟି ସୁଟିଂ ଫ୍ଲୋରରେ ରହିଛି । ତେବେ ଖୁବଶୀଘ୍ର ଫିଲ୍ମର ସୁଟିଂ ସାରି ଏହାକୁ ରିଲିଜ କରିବାକୁ ପ୍ରଡକ୍ସନ୍ ଟିମ୍ ଆଶାୟୀ ଅଛି ବୋଲି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ ।

Comments are closed.