Latest Odisha News

BREAKING NEWS

ଖୁବଶୀଘ୍ର ଆସୁଛି ‘ବାଜିବ ଲୋ ସାହାନାଇ’ ଚଳଚ୍ଚିତ୍ର

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ଼ ଅଭିନେତା ଅମ୍ଲାନ ଦାସ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୁଣିଥରେ ପରଦାରେ ଏକାଠି ନଜର ଆସିବେ।

ଦୁହେଁ ନୂଆ ଚଳଚ୍ଚିତ୍ର ‘ବାଜିବ ଲୋ ସାହାନାଇ’ରେ ଏକାଠି ନଜର ଆସିବେ। ଏହାପୂର୍ବରୁ ସେମାନେ ‘ଟାର୍ଗେଟ’ରେ ଅଭିନୟ କରିଥିଲେ।

ଖୁବଶୀଘ୍ର ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ସମ୍ବିତ ଆଚାର୍ଯ୍ୟ ଆଉ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ। ତ୍ରିକୋନୀୟ ପ୍ରେମ କାହାଣୀ ପରି ମନେ ହେଉଥିବା ଫିଲ୍ମଟି ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବ।

ଏହି ଚଳଚ୍ଚିତ୍ରଟି ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ଆସୁତୋଷ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାବେଳେ ତାପସ ଏବଂ ଅମୃତାଂସୁ ପଟ୍ଟନାୟକ ମ୍ୟୁଜିକ ଦେଇଛନ୍ତି। ସିନେମାଟୋଗ୍ରାଫର ହେଉଛନ୍ତି ବିଭୂ ପ୍ରସାଦ ମିଶ୍ର।

ଜନ୍ମେଜୟ ଡୋଗ୍ରାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ରାଇମୋହନ ପରିଡା, ମନୀଷା ମିଶ୍ର, ହୃଷିକେଶ, ସୁମନ, ଭୁପତି ଏବଂ ପ୍ରତୀଭା ପଣ୍ଡା ଅନ୍ୟ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମ ସୁପର ହିଟ୍ ଓଡିଆ ଯାତ୍ରା ନାଟକ “ବାଜିବ ଲୋ ସାହାନାଇ” ଉପରେ ଆଧାରିତ ବୋଲି ସୁତ୍ରରୁ ପ୍ରକାଶ।

Comments are closed.