ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୫୫ ମହିଳା ଆଥଲେଟ ଅଂଶଗ୍ରହଣ କରିବେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାରତୀୟ ମହିଳା ଆଥଲେଟ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଭାବ ବିସ୍ତାର କରୁଛନ୍ତି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୦୦, ୧୯୨୦, ୧୯୨୮, ୧୯୩୨ ଓ ୧୯୩୬ରେ ଏବଂ ପରେ ୧୯୪୮, ୧୯୬୦, ୧୯୬୮ ଓ ୧୯୭୬ରେ ଜଣେ ବି ମହିଳା ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇ ନ ଥିଲେ । ଧିରେ ଧିରେ ସ୍ଥିତିରେ ପରିବର୍ତନ ଆସିଥିଲା ୨୦୧୬ ପର୍ଯ୍ୟନ୍ତ ୭ ଅଲିମ୍ପିକ୍ସରେ ୧୦ରୁ ଊର୍ଦ୍ଧ୍ୱ ମହିଳା ଆଥଲେଟ ସାମିଲ ହୋଇଥିଲେ । ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଆମେରିକା ଏବଂ ସମର୍ଥକ ଦେଶମାନେ ଅଲିମ୍ପିକ୍ସୁ ବର୍ଜନ କରିଥିଲେ । ଏହାର ଫାଇଦା ଭାରତକୁ ମିଳିଥିଲା ଏବଂ ପ୍ରଥମ ଥର ପାଇଁ ପାଇଁ ପ୍ରତିଯୋଗୀ ଅଂଶଗ୍ରହଣ କରିବା ସୁଯୋଗ ପାଇଥିଲେ । ୧୯୮୪ରେ ସୋଭିଏଟ ସମର୍ଥକ ଓହରିବା ଫଳରେ ପ୍ରଥମ ଥର ପାଇଁ ୧୦ରୁ ଊର୍ଦ୍ଧ୍ୱ ମହିଳା ଆଥଲେଟ ସାମିଲ ହୋଇଥିଲେ ।
୧୯୮୮, ୧୯୯୨ ଓ ୧୯୯୬ରେ ୧୦ରୁ କମ୍ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ ୨୦୦୦ ସିଡନୀ ଅଲିମ୍ପିକ୍ସରେ ସ୍ଥିତିରେ ସୁଧାର ଆସିଥିଲା । ପ୍ରଥମ ଥର ପାଇଁ ସର୍ବାଧିକ ୧୯ ମହିଳା ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ ଏବଂ୨୦୦୮ରେ ୨୫ ଲେଖାଁଏ, ୨୦୧୨ରେ ୨୩ ପ୍ରତିଯୋଗୀ ସାମିଲ ହୋଇଥିଲେ । ୨୦୧୬ ପରଠାରୁ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଦେଶର ସମ୍ମାନ ବଢ଼ାଇଛନ୍ତି । ୨୦୦୦ରେ କର୍ଣ୍ଣମ ମାଲେଶ୍ୱରୀ ଭାରୋତୋଳନରେ ଭାରତ ପାଇଁ ମହିଳା ଭାବେ ପ୍ରଥମ ପଦକ ଜିତିଥିଲେ । ଶେଷ ୨ଟି ଅଲିମ୍ପିକ୍ସରେ ଭାରତ ୮ ପଦକ ଜିତିଛି ଏବଂ ୪ ମହିଳା ଆଥଲେଟ ଏହି ସଫଳତା ଆଣିଛନ୍ତି । ସାଇନା ନେହ୍ୱାଲ, ମେରୀ କମ, ପିଭି ସିନ୍ଧୁ ଓ ସାକ୍ଷୀ ମଲ୍ଲିକ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ରିଓରେ ଓଭରାଲ ଆମେରିକା ଏବଂ ଚୀନର ମହିଳା ଆଥଲେଟ ପୁରୁଷଙ୍କ ତୁଳନାରେ ଅଧିକ ପଦକ ଜିତିଥିଲେ ।
BREAKING NEWS
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
- କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ
- Government new rules ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା
- ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି
- ଆସନ୍ତାକାଲି ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
- ବାଲି ନେଲା ଜୀବନ; ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ମୃତ
- Demand For Ban Non-Hindus: କୁମ୍ଭମେଳା ଏରିଆରେ ନିଷେଧ ହେବ ଅଣହିନ୍ଦୁଙ୍କ ପ୍ରବେଶ, ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଗରେ ଉଠିଲା ପ୍ରସଙ୍ଗ, କୁମ୍ଭମେଳା ସୀମା ନେଇ ବି ଉଠିଲା ପ୍ରଶ୍ନ…
Comments are closed.