Latest Odisha News

BREAKING NEWS

ଓଏମସିର ଲୁହାପଥର ଉତ୍ପାଦନରେ ୧୭ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଦେଶର ଅନ୍ୟତମ ଖଣି କମ୍ପାନୀ ଓଡ଼ିଶା ଖଣି ନିଗମ (OMC) ୨୦୨୨-୨୩ ଆର୍ଥିକ ବର୍ଷରେ ୨୯.୭ ମିଲିୟନ୍ ଟନ୍ ଲୁହାପଥର ଉତ୍ପାଦନ କରିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ଓଏମସି ୨୫.୩୧ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ କରିଥିଲା ।

OMC Clocks 17% Growth In Iron Ore Production In Odisha

୨୦୨୨-୨୩ ଆର୍ଥିକ ବର୍ଷରେ ଓଏମସି ମୋଟ ୩୩.୭୬ ମିଲିୟନ ଟନ୍ ଖଣିଜ ଉତ୍ତୋଳନ କରିଥିବା ବେଳେ ସେଥିରେ ୨୯.୬୮ ଲୁହାପଥର, ୩ ମିଲିୟନ ଟନ୍ ବକ୍ସାଇଟ୍ ଏବଂ ୧.୦୮ ମିଲିୟନ ଟନ୍ କ୍ରୋମ୍ ଓର ଉତ୍ପାଦନ କରିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୪.୯ ଅଭିବୃଦ୍ଧି ହୋଇଛି ।

OMC Clocks 17% Growth In Iron Ore Production In Odisha

ସେହିଭଳି ଓଏମସି ୨୮.୬ ମିଲିୟନ ଟନ୍ ଖଣିଜ ଉତ୍ପାଦନ ବିକ୍ରି କରିଛି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ବିକ୍ରି ୩.୧ ପ୍ରତିଶତ ଅଧିକ ହୋଇଛି । ୨୩.୮ ମିଲିୟନ ଟନ୍ ଲୁହାପଥର, ୩.୬୧ ମିଲିୟନ ଟନ୍ ବକ୍ସାଇଟ ଓ ୧.୧୬ ମିଲିୟନ ଟନ୍ କ୍ରୋମ୍ ବିକ୍ରି କରିଛି ଓଏମସି ।

ଏବେ ଓଡ଼ିଶାର ୧୮ଟି ଖଣିର ପରିଚାଳନା କରୁଛି ଓଏମସି । ଖଣିଜ ପଦାର୍ଥ ଉତ୍ପାଦନ କରୁଥିବା ଓଏମସି ପରିବେଶ ସୁରକ୍ଷା ପ୍ରତି ଯତ୍ନଶୀଳ । ଆନନ୍ଦବନ ପ୍ରକଳ୍ପ ମାଧ୍ୟମରେ ଓଏମସି ଭୁବନେଶ୍ୱରରେ ୧୦୦ ଏକର ସହରାଞ୍ଚଳରେ ଜଙ୍ଗଲ ସୃଷ୍ଟି ପାଇଁ ବଦ୍ଧପରିକର ।

OMC Clocks 17% Growth In Iron Ore Production In Odisha

ଗତବର୍ଷ ଓଏମସିର ଦୈତାରୀ ଓ କୋଡିଙ୍ଗମାଳି ଖଣି ଆଇବିଏମର ୫ ରେଟିଂ ପାଇଥିଲା । ଲାଭର ୩ ପ୍ରତିଶତକୁ ଓଏମସି ରାଜ୍ୟରେ ଖେଳ କ୍ଷେତ୍ରର ବିକାଶ ଲାଗି ଖର୍ଚ୍ଚ କରୁଛି ।

Leave A Reply

Your email address will not be published.