Latest Odisha News

BREAKING NEWS

ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..

ଭୁବନେଶ୍ୱର: ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଓମଫେଡ୍) ୪ ଅକ୍ଟୋବରରୁ ସାରା ରାଜ୍ୟରେ କ୍ଷୀର ଦର ବୃଦ୍ଧି ଘୋଷଣା କରିଛି। କ୍ଷୀର ଲିଟର ପିଛା ଦୁଇ ଟଙ୍କା ବଢିଛି । ଅକ୍ଟୋବର ୪ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ କରାଯିବ । ଫଳରେ ଗ୍ରାହକ ବଜାରରୁ ଅତିରିକ୍ତ ୨ ଟଙ୍କା ଦେଇ କ୍ଷୀର କିଣିବେ। ଓମ୍‌ଫେଡ ପ୍ରିମିୟମ କ୍ଷୀର ଲିଟର ପିଛା ୫୮ ଟଙ୍କାରେ ବିକ୍ରି ହେଉଥିଲା। ଏହା ଏବେ ବଢି ୬୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ ପ୍ୟାକେଟ୍‌ ପିଛା (୫୦୦ ଗ୍ରାମ) କ୍ଷୀର ଏବେ ୩୦ ଟଙ୍କାରେ ମିଳିବ।

ସେହିପରି ଦ୍ୱିତୀୟ ସର୍ବାଧିକ ବିକ୍ରି କ୍ଷୀର ଗୋଲ୍ଟ ଲିଟର ପିଛା ଦୁଇ ଟଙ୍କା ବଢି ୬୨ ଟଙ୍କାରେ ପହଞ୍ଚିଛି। ଗୋଲ୍ଡ ପ୍ଲସ କ୍ଷୀର ୬୬ ଟଙ୍କା ଏବଂ ଟୋନ କ୍ଷୀର ୫୮ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଓମ୍‌ଫେଡ୍‌ ପରିଚାଳନା କମିଟି ବୈଠକ ବସିଥିଲା। ଓମ୍‌ଫେଡ୍‌ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତରା ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ଷୀର ଦର ବୃଦ୍ଧି ପ୍ରସଙ୍ଗରେ ସବିଶେଷ ଆଲୋଚନା କରାଯାଇଥିଲା। ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କରାଯାଉଥିବା କ୍ଷୀର ସଂଗ୍ରହ ମୂଲ୍ୟରେ ଓମଫେଡ୍ (OMFED) ବୃଦ୍ଧି କରିବାର କିଛି ସପ୍ତାହ ପରେ ଏହି ମୂଲ୍ୟ ବୃଦ୍ଧି ଘଟିଛି। ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଚାଷୀଙ୍କୁ ଅତିରିକ୍ତ ଆୟ ସହାୟତା ଯୋଗାଇବା ପାଇଁ ଓମଫେଡ୍ ସେପ୍ଟେମ୍ବର ୧୧ ​​ତାରିଖରୁ କ୍ଷୀର ସଂଗ୍ରହ ମୂଲ୍ୟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା।

ବିଶ୍ୱ ବଜାରରେ ତୈଳ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ପରିବହନ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହାକୁ ଦେଖି ସେପ୍ଟେମ୍ବର ୯ ତାରିଖରେ ଚାଷୀଙ୍କୁ ଦୁଇଟଙ୍କା ଅଧିକ ପ୍ରଦାନ କରାଯାଇଥିଲା। ହେଲେ ଖୋଦ୍‌ ମନ୍ତ୍ରୀ କହିଥିଲେ ଯେ, ଓମ୍‌ଫେଡ ଦର ଖାଉଟିଙ୍କ ପାଇଁ ବଢିବ ନାହିଁ। ଓମ୍‌ଫେଡ୍‌ ନିଜ ପକେଟରୁ ଦେବ। ହେଲେ ଆଜି ଦର ବୃଦ୍ଧି ଖାଉଟିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଓମ୍‌ଫେଡ ମେ ମାସରେ କ୍ଷୀର ଦର ବଢାଇଥିଲା। ଲିଟର ପିଛା ୩ରୁ ୪ ଟଙ୍କା ଦର ବୃଦ୍ଧି କରାଯାଇଥିଲା। ହେଲେ ୫ ମାସ ଭିତରେ ପୁଣି ଥରେ ଦର ବଢିଛି। ଫଳରେ ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପରେ ପଡିଛି। ବର୍ତ୍ତମାନ ପରିବା ଦର ପରେ କ୍ଷୀର ଦର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି।

Leave A Reply

Your email address will not be published.