Latest Odisha News

ଓମିକ୍ରନ୍ ଭୟ: ୫ ରାଜ୍ୟରେ ନିର୍ବାଚନ ଟାଳିବାକୁ କହିଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଆସନ୍ତାବର୍ଷା ଫେବ୍ରୁଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତାରିଖ ଘୋଷଣା ହୋଇ ନଥିଲେ ବି ଉଷ୍ଣତା ବଢ଼ିଛି । ଏହାରି ଭିତରେ ସାରା ଦେଶରେ ଓମିକ୍ରନ୍ ମାମଲା ବି ବଢିବାରେ ଲାଗିଛି । କେନ୍ଦ୍ର ସରକାର ବଡ଼ ବଡ଼ କାର୍ୟ୍ୟକ୍ରମ, ସଭା ସମିତି ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।

ଓମିକ୍ରନର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ସାମୟିକ ସ୍ଥଗିତ ପାଇଁ ଆହ୍ଲାବାଦ ହାଇକୋର୍ଟ ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ମାସେ ଦୁଇ ମାସ ନିର୍ବାଚନ ଟାଳିବା ପାଇଁ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ କମିଶରଙ୍କୁ ଅପିଲ କରିଛନ୍ତି କୋର୍ଟ । ଏଥିସହ ନିର୍ବାଚନ ପ୍ରଚାରରେ ବିଶାଳ ଜନସମାଗମ ଉପରେ ରୋକ୍ ଲଗାଇବାକୁ କହିଛନ୍ତି । କୋର୍ଟ କହିଛନ୍ତି, ଜାନ୍ ହୈ ତୋ ଜହାନ ହୈ ।

ଏବେ ନିର୍ବାଚନ ସଭା ଓ ଶୋଭାଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ଼ ହେଉଛି । କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ହେଉଛି । ବହୁ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତା ବି ରହୁନି । ଏଭଳି ସ୍ଥିତିରେ ନିର୍ବାଚନକୁ ନରୋକିଲେ ପରିଣାମ କରୋନାର ଦ୍ୱିତୀୟ ଲହରକୁ ବଳିଯିବ । ତେଣୁ ଯଦି ସମ୍ଭବ ଫେବ୍ରୁଆରୀରେ ହେବାକୁ ଥିବା ନିର୍ବାଚନକୁ ମାସେ ଦୁଇ ମାସ ସ୍ଥଗିତ ରଖାଯାଉ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.