Latest Odisha News

BREAKING NEWS

ସାରା ରାଜ୍ୟରେ ଶୀତର ଲହରୀ ଜାରି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ହୋଇପଡ଼ୁଛି ଥଣ୍ଡାର ପ୍ରକୋପ । ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ । ଥଣ୍ଡା ଅଧିକ ହେଉଥିବାରୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଲାଣି । ଦିନତମାମ ଶୀତବସ୍ତ୍ର ପିନ୍ଧି ରହୁଛନ୍ତି ଲୋକେ ।

ଆଗକୁ ଆହୁରି ଦିନେ ଦୁଇ ଦିନ ଯାଏଁ ରାଜ୍ୟରେ ଶୀତର ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୪ତାରିଖ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ଶୀତର ଲହରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡ଼ି ।

ତେବେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ । ଦୁଇ ଦିନ ମଧ୍ୟରେ ୨ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ରହିବ । ଯାହାଦ୍ୱାରା ଜାଡ଼ରୁ ମିଳିବ ଆଶ୍ୱସ୍ତି । ପରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.