Latest Odisha News

BREAKING NEWS

ଓମିକ୍ରନ ଭୟ, ଲକ୍ଷ୍ନୌରେ ୧୪୪ଧାରା ଜାରି

ଲକ୍ଷ୍ନୌ: ଓମିକ୍ରନ ଭୟ । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଲାଗୁ ହୋଇଛି ୧୪୪ଧାରା । ଆଗାମୀ ଖ୍ରୀଷ୍ଟମାସ ତଥା ନୂତନ ବର୍ଷ ଉତ୍ସବରେ ବିପଦକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ଆଗକୁ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଲକ୍ଷ୍ନୌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଜାନୁଆରୀ ୫ତାରିଖ ଯାଏଁ ଜାରି ରହିବ ।

ଲକ୍ଷ୍ନୌ ପୋଲିସ କମିଶନର କହିଛନ୍ତି, ଉପଯୁକ୍ତ ପୋଲିସ ଅନୁମତି ବିନା କେହି ପାଞ୍ଚ ଜଣ କିମ୍ବା ତାଠାରୁ ଅଧିକ ବ୍ୟକ୍ତି ଶୋଭାଯାତ୍ରା ବାହାର କରିପାରିବେ ନାହିଁ । କିମ୍ବା କେହି ଏହାର ଅଂଶ ମଧ୍ୟ ହେବେ ନାହିଁ । ପୋଲିସ କମିଶନର ତଥା ଯୁଗ୍ମ ପୋଲିସ କମିଶନର ପୀୟୂଷ ମୋର୍ଡ଼ିଆଙ୍କ ଦ୍ୱାରା ଜାରି ଏହି ଆଦେଶନାମାରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଧାରା ୧୪୪ ବଳବତ୍ତର ଥିବା ସମୟରେ କେହି ଏପରି କିଛି କରିବେ ନାହିଁ, ଯାହା ଲକ୍ଷ୍ନୌ କମିଶନରେଟ୍ ଅଧୀନରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବ ।

Leave A Reply

Your email address will not be published.