Latest Odisha News

ଲିଭ୍ ଇନ୍‌ରେ ରହିବେ ଦୁଇ ପ୍ରେମ ପକ୍ଷୀ କିଆରା-ସିଦ୍ଧାର୍ଥ, ଖୋଜୁଛନ୍ତି ନୂଆ ଠିକଣା

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବି-ଟାଉନର ଚର୍ଚ୍ଚିତ ଯୋଡ଼ି କିଆରା ଏବଂ ସିଦ୍ଧାର୍ଥ । ଏକାଠୀ ରହିବେ ଦୁଇ ପ୍ରେମ ପକ୍ଷୀ । ଖୋଜୁଛନ୍ତି ନୂଆ ଠିକଣା । ଆର ବର୍ଷ ପତିପତ୍ନୀ ସାଜିଲେ ବି ଆଉ ଦୂରେଇ ରହିବାକୁ ପସନ୍ଦ କରୁ ନାହାନ୍ତି ଏହି ପ୍ରେମ ପକ୍ଷୀ । ତେବେ ଏହା ପୂର୍ବରୁ ସାମ୍ନାକୁ ଆସିଛି ଏକ ରୋଚକ ଖବର । ଖୁବ୍‌ ଶୀଘ୍ର ଲିଭ୍‌-ଇନ୍‌ରେ ରହିବେ ଏହି ବିୟୁଟିଫୁଲ କପଲ୍‌ `

ବିବାହ ପୂର୍ବରୁ ପରସ୍ପର ସହ ସମୟ ବିତାଇବା ସହ ଭଲ ଭାବେ ବୁଝିବାକୁ ସେମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସିଦ୍ଧାର୍ଥ ଏବଂ କିଆରା ଏବେ ମୁମ୍ବାଇରେ ନିଜ ପାଇଁ ନୂଆ ଘର ଖୋଜୁଥିବା ଜଣାପଡ଼ିଛି । ଯେଉଁଠାରେ ଦୁହେଁ ସେମାନଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରିବେ । ଯଦି ମନପସନ୍ଦର ଘର ନ ମିଳେ ତେବେ କିଆରା ସିଦ୍ଧାର୍ଥଙ୍କ ଘରକୁ ହିଁ ସିଫ୍ଟ ହୋଇଯିବେ ବୋଲି ସୂଚନା ମିଳିଛି ।

ନିକଟରେ କରଣ ଜୋହରଙ୍କ ଶୋ ‘କଫି ଉଇଥ୍‌ କରଣ’ରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ପରୋକ୍ଷରେ ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି। ଏହାବାଦ ସଲମାନ ଖାନଙ୍କ ବିଗ ବସ୍‌ରେ ପହଞ୍ଚିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବିବାହ ବିଷୟରେ ପଚାରିବାରୁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ।

ସିଦ୍ଧାର୍ଥ ଏବଂ କିଆରା ଆସନ୍ତା ବର୍ଷ ଦିଲ୍ଲୀରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ଉଭୟ କୌଣସି ଗ୍ରାଣ୍ଡ ସେରିମନିରେ ନୁହେଁ, ପାରିବାରିକ ଉତ୍ସବରେ ବିବାହ କରିବେ ବୋଲି ଜଣାଯାଇଛି। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ।

 

Leave A Reply

Your email address will not be published.