Latest Odisha News

BREAKING NEWS

ବିମାନରେ ଯାତ୍ରା କରୁଥିଲେ କୁକୁର, ଲାଣ୍ଡିଂ ସମୟରେ ଘଟିଲା ଦୁର୍ଘଟଣା

ବିମାନରେ ଯାଉଥିଲେ କୁକୁର । ଗୋଟିଏ ବା ୨ଟି ନୁହେଁ, ୫୩ କୁକୁର କରୁଥିଲେ ବିମାନଯାତ୍ରା । କୁକୁରଙ୍କ ସହ ୩ ଜଣ ଯାତ୍ରୀ ମଧ୍ୟ ଥିଲେ । ହେଲେ ଲାଣ୍ଡ କରୁ କରୁ ବିମାନ କ୍ରାଶ ହୋଇଗଲା । ଲାଣ୍ଡ କରିବା ସମୟରେ ନିକଟରେ ଥିବା ଗଛକୁ ଧକା ଦେଇ କିଛି ଦୂରକୁ ଘୋଷାଡି ହୋଇ ଯାଇଥିଲା ।  ତେବେ ଏଥିରେ ଥିବା କୁକୁରମାନେ ସୁରକ୍ଷିତ ଅଛନ୍ତି । ଆହତ ଅବସ୍ଥାରେ ସେମାନଙ୍କୁ ପଶୁ ଚିକିତ୍ସାଳୟକୁ ନିଆଯାଇଛି । ଦୁର୍ଘଟଣା ଘଟିଛି ଆମେରିକାର ଭିସ୍କାନ୍ସିନରେ`

ସ୍ଥାନୀୟ ମିଡିଆ ଖବର ଅନୁସାରେ, ମଙ୍ଗଳବାର ୯ଟାରେ ଏହି ଦୁର୍ଘଟଣା ଘଟିଥିଲା । ଡବଲ ଇଞ୍ଜିନର ଏହି ଛୋଟ ବିମାନ ଲାଣ୍ଡ କଲାବେଳେ ପଶ୍ଚିମ ଲେକ୍୍ ଗଲଫ କୋର୍ସର ବୃକ୍ଷକୁ ଧକ୍କା ଦେଇ ଘୋଷାଡ଼ି ହୋଇ ଯାଇଥିଲା । ଅନେକ ଗଛ ଉପୁଡ଼ି ଯିବା ସହ ଏହାଦ୍ୱାରା ବିମାନଟି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷରୁ ପାଖାପାଖି ୩୦୦ ଗ୍ୟାଲନ ଇନ୍ଧନ ବୋହି ଯାଇଛି ।

ସ୍ଥାନୀୟ ଫାୟାର ଆଣ୍ଡ ରେସ୍କ୍ୟୁ ବିଭାଗ ପକ୍ଷରୁ କୁହାଯାଇଛି,  ଏହା ଏକ ଭୟଙ୍କର ଲାଣ୍ଡି ଥିଲା ।ବିମାନଟି ଗଛ ଉପରେପଡିଥିଲା । ବିମାନର ଡେଣା କଟି ଏୟାରକ୍ରଫ୍ଟରୁ ଅଲଗା ହୋଇ ଯାଇଥିଲା । ଫଳରେ ବିମାନଟି କେତେ ସହ ଫୁଟ ଦୂରକୁ ଘେଷାଡି ହୋଇ ଯାଇ ଅଟକି ଯାଇଥିଲା ।

ଘରୋଇ ସଂସ୍ଥା ହ୍ୟୁମାନ ଏମିମଲ ରେସ୍କ୍ୟୁ ସୋସାଇଟିର କର୍ମଚାରୀ ଗଲ୍ଫ କୋଚରେ ପହଞ୍ଚି ବିମାନରୁ କୁକୁରଙ୍କୁ ବାହାର କରିଥିଲେ । ଏପରିକି ସେମାନେ ସୋସିଆଲ ମିଡିଆରେ କୁକରଙ୍କ ପାଇଁ ଡୋନେସନ ପାଇଁ ଦାବି ରଖିଛନ୍ତି  । ଆହତ କୁକୁରଙ୍କ ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.