Latest Odisha News

BREAKING NEWS

ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ଥୋପ ପରେ ଥୋପ । ପ୍ରଥମେ ମରୁଡ଼ି ପାଇଁ ଇନପୁଟ୍ ସହାୟତା । ଏବେ ଉପନିର୍ବାଚନରେ ଭୋଟ୍ ହାତେଇବାକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି । ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ତଣ୍ଟିରେ ଥିବା ଧାରଣା କଣ୍ଟା ହଟିଛି । ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପ୍ରସ୍ତାବିତ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି । ବିଜେଡି ସଭାପତି ନବୀନ ପଟ୍ଟନାୟକ କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କମିଟିର ସଦସ୍ୟ ।

ବିଜେଡି ସୁପ୍ରିମୋ ଦେଇଥିବା ପ୍ରତିଶ୍ରୁତି ଅନୁସାରେ, ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ବିଜେଡି ନିର୍ବାଚନୀ ଇସ୍ତାହାରରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା କଥା ସ୍ଥାନିତ କରିବ । ତେବେ ନବୀନ ଦେଇଥିବା ପ୍ରତିଶ୍ରୁତିକୁ ନେଇ କ୍ରିୟାନୁଷ୍ଠାନ କମିଟି ଏକ ପ୍ରକାର ଖୁସି ହୋଇଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଏଭଳି ଅନେକ ପ୍ରତିଶ୍ରୁତି ନିର୍ବାଚନୀ ମାନିଫାଷ୍ଟୋରେ ଦେଇଥିଲା । କେତେ ପୂରଣ ହୋଇଛି ବିଜେଡି କହୁ ।

୩ ଦଶନ୍ଧି ଧରି ପଦ୍ମପୁରବାସୀ ରଖି ଆସିଥିବା ଜିଲ୍ଲା ମାନ୍ୟତା ଦାବିକୁ ଉପନିର୍ବାଚନରେ ରାଜନୈତିକ ସମର୍ଥନ ମିଳିଛି । ତେବେ ଏବେ ମିଳିଥିବା ପ୍ରତିଶ୍ରୁତି ୨୦୨୩ ଡିସେମ୍ବର ପୂର୍ବରୁ ପୂରଣ ହେବ ନା ୨୦୨୪ ସାଧାରଣ ନିର୍ବାଚନରେ ପଦ୍ମପୁର ପୁଣି କିଛି ବଡ଼ ବାର୍ତ୍ତା ଦେବ ।

Leave A Reply

Your email address will not be published.