Latest Odisha News

BREAKING NEWS

ଶୁକ୍ର ଗ୍ରହର ମେଷ ରାଶିରେ ଗୋଚର, ବଦଳିବ ଏହି ରାଶିଙ୍କ ଭାଗ୍ୟ

ଭୁବନେଶ୍ବର:ମେ’ ୩୧ରୁ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବେ। ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଆଗାମୀ ୩୧ ମେ ଦିନ ସକାଳ ୧୧:୪୨ ସମୟରେ, ଶୁକ୍ର ଗ୍ରହ ମୀନ ରାଶି ଛାଡି ମେଷରାଶିରେ ଏବଂ ଅଶ୍ୱିନୀ ନକ୍ଷତ୍ରରେ ପ୍ରବେଶ କରିବେ। ବୈଦିକ ଜ୍ୟୋତିଷରେ ଶୁକ୍ର ଗ୍ରହକୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଏବଂ ଧନର କାରକ ଭାବରେ ବିବେଚନା କରାଯାଏ। ଏହି କାରଣରୁ, ଏହାର ଗୋଚର ଅନେକ ରାଶିର ଲୋକଙ୍କ ପାଇଁ ଶୁଭ ହେବାକୁ ଯାଉଛି।

ଶୁକ୍ର ଗ୍ରହର ମେଷ ରାଶିରେ ଗୋଚର କଲେ ୩ ରାଶିର ବ୍ୟକ୍ତିବିଶେଷଙ୍କ ଭଲ ଦିନ ଆରମ୍ଭ ହୋଇଯିବ। ଏହି ସମୟରେ ସେମାନଙ୍କ ଧନଦୌଲତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସେହିପରି ଅଶ୍ୱିନୀ ନକ୍ଷତ୍ରର ଅଧିପତି କେତୁ ଅଟନ୍ତି। ଏହି କାରଣରୁ, ଏହି ସମୟ ସେମାନଙ୍କ ପାଇଁ ବହୁତ ଲାଭଦାୟକ ଯେଉଁମାନେ ନିଜ ଜୀବନରେ କିଛି ନୂଆ ଆରମ୍ଭ କରିବାକୁ ଚାହୁଁଛନ୍ତି; ସମ୍ପର୍କ ହେଉ, କିଛି ସୃଜନଶୀଳ କାର୍ଯ୍ୟ ହେଉ କିମ୍ବା ନିଜକୁ ଉନ୍ନତ କରିବାର ପ୍ରୟାସ ହେଉ।

ମେଷ : ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ଲାଭପ୍ରଦ ହେବ । ଏହି ଗ୍ରହ ଆପଣଙ୍କ ରାଶିର ଲଗ୍ନ ଭାବରେ ରହିବେ। ଏହି ସମୟରେ ଆକସ୍ମିକ ଧନଲାଭ ହେବ। ଚାକିରୀରେ ପ୍ରମୋଶନର ସମ୍ଭାବନା ରହିଛି। ବ୍ୟବସାୟୀଙ୍କୁ ଅଧିକ ଲାଭ ମିଳିବ। ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହେବାର ସୁଯୋଗ ରହିଛି । ଅଟକି ରହିଥିବା ଟଙ୍କା ମିଳିବ । ଦାମ୍ପତ୍ୟ ଜୀବନ ସୁଖରେ କଟିବ ।

ତୁଳା : ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରି ରାଶିର ସପ୍ତମ ଭାଗକୁ ଆସିବେ। ଏହି ସମୟରେ ବୈବାହିକ ଜୀବନ ସୁଖରେ କଟିବ । ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ପରିବାରରେ ମଧୁରତା ବଢିବ। ଅବିବାହିତମାନଙ୍କୁ ବିବାହ ଲାଗି ପ୍ରସ୍ତାବ ମିଳିବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ବେଶ୍ ଭଲ ରହିବ।

ସିଂହ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍ ଶୁଭଙ୍କର । ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁ ସମସ୍ତ କାର୍ଯ୍ୟରେ ଭାଗ୍ୟ ସାଥ୍‌ ଦେବ। ଆପଣଙ୍କ ଭାଗ୍ୟ ଫିଟିବ । ଅଟକିଥିବା କାର୍ଯ୍ୟରେ ସଫଳତା ମିଳିବ । ଧନ ପ୍ରାପ୍ତି ହେବ। ଭ୍ରମଣର ସୁଯୋଗ ରହିଛି । ବ୍ୟବସାୟ ଭଲ ହେବ ଓ ଲାଭବାନ୍ ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ପ୍ରିୟଜନଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ ।

Comments are closed.