Latest Odisha News

BREAKING NEWS

ସଲମାନଙ୍କ ଜନ୍ମଦିନରେ ଭଉଣୀ ଅର୍ପିତା ଦେଲେ ଏହି ଅମୂଲ୍ୟ ଭେଟି !

ମୁମ୍ବାଇ: ଡିସେମ୍ବର ୨୭ ହେଉଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଜନ୍ମଦିନ।

ଜନ୍ମଦିନ ପାଇଁ ସଲମାନଙ୍କ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସାଙ୍ଗସାଥି, ପରିବାର ତଥା ଶୁଭେଛୁଙ୍କ ଶୁଭକାମନା ତଥା ଭେଟିରେ ସଲମାନଙ୍କ ଜନ୍ମଦିନ ଅଧିକ ରୋମାଞ୍ଚକର ହୋଇଛି ।

ତେବେ ଏହି ରୋମାଞ୍ଚରେ ଚାରଚାନ୍ଦ ଲଗାଇଦେଇଛି ସଲମାନଙ୍କୁ ଭଉଣୀ ଅର୍ପିତାଙ୍କ ଭେଟି ।

ଭାଇ ସଲମାନଙ୍କ ଜନ୍ମଦିନରେ ଅର୍ପିତା ଆଜି ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟାକୁ । ସଲମାନଙ୍କୁ ଜନ୍ମ ଦିନରେ ଭାଣିଜୀ ଭେଟି ଦେଇଛନ୍ତି ଅର୍ପିତା ।

ପୂର୍ବରୁ ଅର୍ପିତାଙ୍କର ଏକ ପୁତ୍ର ସନ୍ତାନ ଥିବାବେଳେ ଏହା ତାଙ୍କର ଦ୍ଵିତୀୟ ସନ୍ତାନ ଅଟେ । ତେବେ ଜନ୍ମ ଦିନରେ ଭାଣିଜୀକୁ ପାଇ ସଲମାନଙ୍କ ଖୁସି କହିଲେ ନସରେ ।

Leave A Reply

Your email address will not be published.