Latest Odisha News

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ଲାଗିହେଲା ପତିତପାବନ ବାନା

ପୁରୀ: ଏପଟେ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ଯାଇଥିବା ବେଳେ ସେପଟେ ଶ୍ରୀମନ୍ଦିରରୁ ଆସିଛି ନିତି ବିଭ୍ରାଟ ଘଟଣା । ପ୍ରତିଦିନ ସଂଧ୍ୟାରେ ନୀଳଚକ୍ରରେ ଲାଗିଥାଏ ପତିତପାବନ ବାନା । କିନ୍ତୁ ଆଜି ଦଇତା-ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀମନ୍ଦିରରେ ଲାଗିପାରିନଥିଲା ପତିତପାବନ ବାନା । ଯାହାକୁ ନେଇ ଏବେ ଭକ୍ତଙ୍କ ମହଲରେ ଦେଖାଦେଇଥିଲା ଅସନ୍ତୋଷ । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ଲାଗିହେଲା ପତିତପାବନ ବାନା ।

ସୂଚନା ଅନୁସାରେ, ଦଇତାପତି ସେବକ ଏବଂ ଚୁନରା ସେବକଙ୍କ ମଧ୍ୟରେ ବିବାଦ କାରଣରୁ ନୀଳଚକ୍ରରେ ପ୍ରତିଦିନ ସଂଧ୍ୟାରେ ବନ୍ଧାଯାଉଥିବା ବାନା ଆଜି ବନ୍ଧାଯାଇପାରିନାହିଁ । ତେବେ ଏହି ଘଟଣାକୁ ଗୁରୁତ଼୍ବର ସହ ନେଇ ନୀଳଚକ୍ରରେ ବାନା ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେବାୟତଙ୍କ ମଧ୍ୟରେ ବିବାଦ ତୁଟିନଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଡ଼ୁଥିବା ହଳଦିଆ ବାନା ସ୍ଥାନରେ ୧ ନମ଼୍ବରରେ ଲାଲ୍‌ ବାନା ବନ୍ଧାଯାଇଛି ।

ନିକଟରେ ପହଣ୍ଡି ବେଳେ ବଳଭଦ୍ରଙ୍କ ବିଗ୍ରହ ରଥରୁ ଖସି ତଳକୁ ମୁହଁ ମାଡ଼ି ପଡ଼ିଯିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଠିକ୍ ଏତିକି ବେଳେ ଦଇତା-ଚୂଲରାଙ୍କ ଦିବାଦ ପାଇଁ ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ବଦଳି ନପାରିବା ଘଟଣା ଭକ୍ତଙ୍କ ମନକୁ ଆହୁରି କଷ୍ଟ ଦେଇଥିଲା।

 

 

Comments are closed.