ଭୁବନେଶ୍ୱର: ପ୍ରାଚୀନ କାଳରେ ପରିବହନକୁ ସହଜ ଓ ସରଳ କରିବା ପାଇଁ ଏକମାତ୍ର ମାଧ୍ୟମ ଥିଲା ଶଗଡ଼ । ମଣିଷ ନିଜର ବୁଦ୍ଧି ଖଟାଇ ବନ୍ୟଜାତ ଦ୍ରବ୍ୟର ବ୍ୟବହାର କରି ନିଜ ହାତରେ ନିର୍ମାଣ କରିଥିବା ବିନା ଇନ୍ଧନ ଯୁକ୍ତ ପରିବେଶ ଉପଯୋଗୀ ଏହି ଶଗଡ଼ ଗାଡ଼ି ବିଲୁପ୍ତ ପାଦ ଦେଶରେ ଏବେ ଦଣ୍ଡାୟମାନ ।
ଦିନେ ଶଗଡ଼ ସମ୍ଭ୍ରାନ୍ତ ତଥା ସାହୁକାର ପଣିଆର ମୁଖ୍ୟ ପରିଚୟ ଥିଲା ଶଗଡ଼ । ଗାଁ ଠାରୁ ସହର ପର୍ଯ୍ୟନ୍ତ ଦେଖଇବାକୁ ମିଳିଥିଳା ଏହାର ବହୁଳ ବ୍ୟବହାର । ଆଧୁନିକ ଜ୍ଞାନ କୌଶଳ ଆଗରେ ଆଜି ତାହା ବିଲୁପ୍ତ ପ୍ରାୟ ।
ଶଗଡ଼ ଗାଡ଼ିର କେଁ କଟର ଶବ୍ଦ ଆଉ ଶୁଣିବାକୁ ମିଳୁନି । କାଠରେ ନିର୍ମିତ ପ୍ରଦୂଷଣ ବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଅଲୋଡ଼ା ହୋଇପଡ଼ିଛି । ପାୱାର ଟିଲର, ଟ୍ରାକ୍ଟର, ହାର୍ଭେଷ୍ଟର ଆଦି ଆଧୁନିକ ଯନ୍ତ୍ରରେ ଚାଷ କାମ କରି ଧାନ ଅମଳ କରିବା ଏବଂ ପରିବହନ କରିବା ସହଜ ହେଉଛି । ଗାଁର ଧାନ ବିଲରେ ଏବେ ଶଗଡ଼ ବଦଳରେ ଦେଖିବାକୁ ମିଳୁଛି ଆଧୁନିକ ଜ୍ାଁନ କୌଶଳରେ ନିର୍ମିତ ଗାଡ଼ି ।
ସେହିପରି ପୂର୍ବରୁ ଯାନିଯାତ୍ରା, ବିବାହ ଘର ତଥା ଜଙ୍ଗଲରୁ କାଠ ଆଣିବା ବାଲି, ମାଟି, ଇଟା, ପଥର ବୋହିବା କାର୍ୟ୍ୟରେ ବ୍ୟାପକ ଭାବେ ଶଗଡ଼ ଗାଡ଼ିର ବ୍ୟବହାର ହେଉଥିଲା । କିନ୍ତୁ କମ୍ ସମୟରେ ଯାତାୟତ ପାଇଁ ବାଇକ, କାର, ବସର ବହୁଳ ପ୍ରଚଳନ ଯୋଗୁଁ ଶଗଡ଼ ଗାଡ଼ି ଯାତ୍ରୀ ପରିବହନ ପାଇଁ ଆଦୌ ବ୍ୟବହାର ହେଉନାହିଁ । କାଁ ଭାଁ ଗ୍ରାମାଞ୍ଚଳରେ ସ୍ୱାବଲମ୍ବୀ ଚାଷୀ ଶଗଡ଼ ଗାଡ଼ିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ କ୍ୱଚିତ ଦେଖିବାକୁ ମିଳୁଛି ।
ଅତ୍ୟାଧୁନିକ ହାଇଟେକ ସଂସ୍କୃତିର ନୂତନ ପିଢ଼ିଙ୍କ ମନରେ ଜିଜ୍ଞାସା ଭାବ ସୃଷ୍ଟି କରୁଛି । କାରଣ ଆଗଭଳି ଆଉ କାଠ ଶଗଡ଼ ନିର୍ମାଣ କାଠ ମିଳୁ ନାହିଁ। ବଳଦ ଚରାଇବା ପାଇଁ ଲୋକମାନଙ୍କ ଘୋର ଅଭାବ ତଥା ସରକାର କିମ୍ବା ସାମାଜିକ ସ୍ତରରେ ସେମିତି ଶଗଡ଼ ଗାଡ଼ିର ବ୍ୟବହାର ପାଇଁ କୌଣସି ପ୍ରୋତ୍ସାହନ ମିଳୁ ନାହିଁ । ଫଳରେ ଆଉ ଲୋକେ ଶଗଡ଼ ଗାଡ଼ି ପ୍ରତି ଆକର୍ଷିତ ନହୋଇ ଟ୍ରାକ୍ଟର, ପାୱାର ଟିଲର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।
Comments are closed.