Latest Odisha News

BREAKING NEWS

ସଦିୟାଲା ଉତ୍ସବ: ମଶାଲ ଜଳାଇ ଅଶ୍ରାବ୍ୟ ଭାଷାରେ ଗାଳି ଦିଅନ୍ତି ଗ୍ରାମବାସୀ

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଶୁକ୍ରବାର ନିଆରା ଢ଼ଙ୍ଗରେ ସଦିୟାଲା ଉତ୍ସବ ପାଳିତ ହୋଇଛି । ଗଡସା ଘାଟି ଅଂଚଳରେ ଥିବା ସମସ୍ତ ଗ୍ରାମର ପ୍ରତ୍ୟେକ ଘରୁ ଗୋଟିଏ ଲେଖାଁଏ ମଶାଲ ଧରି ଘରୁ ବାହାରିଥାନ୍ତି । ବାଟଯାକ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଗ୍ରାମଠାରୁ ଦୂରରେ ଥିବା ଶୂନଶାନ ଅଂଚଳରେ ଜମା ହୋଇଥାନ୍ତି । ଏହା କଲେ ଦୁଷ୍ଟ ଆତ୍ମା ସେ ସ୍ଥାନ ଛାଡି ପଳାଇଯିବ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

ମାନ୍ୟତା ଅନୁସାରେ ଜମଲୁ ଋଷି ସ୍ୱର୍ଗକୁ ଯିବା ପୂର୍ବରୁ ଏହା କରିବା ପାଇଁ ଗ୍ରାମବାସୀଙ୍କୁ କହିଥିଲେ । ସେବେଠାରୁ ଏହା ପାଳନ କରାଯାଉଛି । ଏହା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ ହୋଇଥାଏ ।

Comments are closed, but trackbacks and pingbacks are open.