Latest Odisha News

BREAKING NEWS

ମଞ୍ଚରେ ଘୁଷୁରି ମାରି ଖାଇବା ଘଟଣା, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକର ରାଲବ ଗ୍ରାମରେ ଆୟୋଜିତ ନାଟକ ମଞ୍ଚରେ କଳାକାରମାନେ ଘୁଷୁରି ମାରି ଖାଇବା ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।

ଏହି ଘଟଣାରେ ବନ ବିଭାଗ ମାମଲା ଦାୟର କରିବା ପରେ ବିମ୍ବାଧର ଗୌଡ ନାମକ ଅଭିଯୁକ୍ତଙ୍କୁ ଖଲ୍ଲିକୋଟ ଅଞ୍ଚଳରୁ ଗିରଫ କରାଯାଇଛି।

ରାଲବ ଗାଁରେ ଗତ ନଭେମ୍ବର ୨୪ ତାରିଖରେ ପରିବେଷଣ ହୋଇଥିଲା ପୌରାଣିକ ନାଟକ ରାମାୟଣ। ରାକ୍ଷସ ବେଶରେ ଥିବା କିଛି କିଳାକାର।ଏକ ଛୋଟ ଜୀବନ୍ତ ଘୁଷୁରୀକୁ ମଞ୍ଚ ଉପରକୁ ଆଣିଥିଲେ। ଏହାପରେ ସେମାନେ ଘୁଷୁରି କୁ ବାନ୍ଧି ଝୁଲାଇ ଦେଇଥିଲେ।

ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତିମାନେ ଆସି ଘୁଷୁରୀର ପେଟ ଚିରି ତା’ ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏହା ପରେ ଅନ୍ୟ ଜଣେ କଳାକାର ପାଟି ଲଗାଇ ଘୁଷୁରୀ ପେଟ ଭିତରୁ କିଛି ଅଂଶ ଟାଣି ଆଣି ତାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା। କିଛି ସମୟ ଧରି ମଞ୍ଚ ଉପରେ ଏଭଳି ଦୃଶ୍ୟ ଜାରି ରହିଥିଲା। ତେବେ ଏଭଳି ଘଟଣାକୁ ନେଇ ପଶୁ ପ୍ରେମୀ ଓ ସାଧାରଣ ଜନତାଙ୍କ ମଧ୍ଯରେ ଉଦବେଗ ପ୍ରକାଶ ପାଇଛି।

ସେହିପରି ମାଙ୍କଡ ପରି ପୋଷାକ ପିନ୍ଧିଥିବା ଦୁଇ କଳାକାର ହିଞ୍ଜିଳିକାଟୁରେ ବଜରଙ୍ଗୀ ଦଳ ପକ୍ଷରୁ ଆୟୋଜିତ ଷ୍ଟଣ୍ଟରେ ଦୁଇଟି ବିଷ ସାପ ସହିତ ଖେଳୁଥିବା ନଜର ଆସିଥିଲା।

ଏନେଇ ବ୍ରହ୍ମପୁର ଡିଏଫଓ ସନ୍ନି ଖୋକର କହିଛନ୍ତି ଯେ ଆୟୋଜକଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି। ଆମେ ଅଧିକ ଅନୁସନ୍ଧାନ କରୁଛୁ ଏବଂ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ।

Comments are closed.