ବୁଗୁଡା – ବୁଗୁଡା ବନାଞ୍ଚଳର କୈଳାସ ନଗର ନିକଟ କିରିଆମ୍ବା ୧୦ନମ୍ବର ସଂରକ୍ଷଣ ଜଙ୍ଗଲରେ ଶିକାର ଉଦ୍ୟମ କରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରି ଜଣଙ୍କୁ ଗିରଫ କରାଯାଇଛି । ଏଥି ସହ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଏ ନେଇ ଏକ ମାମଲା ରୁଜୁ କରାଯାଇଛି ।
ଜଙ୍ଗଲରେ ବିଦ୍ୟୁତ ଫାଶ ପକାଇ ଶିକାର କରିବାକୁ ଯୋଜନା କରୁଥିବା ବନବିଭାଗ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବୁଗୁଡା ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ । ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଦ୍ୟୁତ ତାର ପକାଇ ଶିକାର ପାଇଁ ଅପେକ୍ଷା କରିଥିବା ବେଳେ ଭୁଲା ନାୟକ ନାମକ ଜଣେ ଯୁବକକୁ ଗିରଫ କରିଥିଲେ । ତାଙ୍କ ସହ ସେଠାରେ ଥିବା ସନ୍ତୋଷ ନାୟକ ଓ ଟିକିନା ନାୟକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ବନ ବିଭାଗ ଘଟଣାସ୍ଥଳରୁ ୨୦୦ ମିଟର ଜିଆଇ ତାର, ୨୪ ଟି କାଚ ବୋତଲ,୨୪ ଟି ବାଉଁଶ କିଳା ଜବତ କରିଛି ।
BREAKING NEWS
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
Comments are closed.