କୋରାପୁଟ :ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ ମାମଲା । ଏହି ସାଇବର ଠକେଇ ମାମଲାରେ ଜଣେ ଗିରଫ । ଠକ ଜଣକ ହେଲେ ଆନ୍ଧ୍ରପ୍ରଦେଶର ସୀଦାରାପୁ ତମ୍ମାୟା । ଏହି ମାମଲାରେ କୋରାପୁଟ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ଏଟିଏମ୍ କାର୍ଡ, ଚେକ୍ ବୁକ୍ , ପାସବୁକ୍ ଓ ବିଭିନ୍ନ ଦସ୍ତାବିଜ୍ ଜବତ କରାଯାଇଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଖବରମୁତାବକ, ଅଭିଯୋଗକାରୀ ରାଜେଶ ପାତ୍ର ଫେସବୁକରେ “ସଞ୍ଜନା ଶ୍ରୀ” ନାମକ ମହିଳାଙ୍କ ସହ ପରିଚିତ ହୋଇଥିଲେ। ପରେ ହ୍ୱାଟସଆପ୍ ମାଧ୍ୟମରେ ଅନଲାଇନ ଟ୍ରେଡିଂରେ ଲାଭ ହେବ ବୋଲି ଲୋଭ ଦେଖେଇ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ରାଜେଶକୁ କହିଥିଲେ । ସେ ପର୍ଯ୍ୟାୟକ୍ରମେ ୨୦ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ। ତଦନ୍ତ ସମୟରେ ୧୨ ଲକ୍ଷ ୪୬ ହଜାର ଟଙ୍କା ପୋଲିସ ହୋଲ୍ଡ କରିଥିବା ବେଳେ ଆଉ ୪ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଯାଇଛି ।
Comments are closed.