Latest Odisha News

BREAKING NEWS

ସାଙ୍ଗମାନେ ଭୋଜି କରିବା ବେଳେ ବଚସା ନେଲା ହିଂସାତ୍ମକ ରୂପ, ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ହତ୍ୟାର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଅଟକ ରଖାଯାଇଛି।

ମୃତ ଯୁବକ ଜଣକ ହେଲେ ବିପିନ ଭୋଇ (୨୫)। ଭୋଜି ସମୟରେ ଝଗଡ଼ା ହେବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ରହିଛି। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୬ ଜଣଙ୍କୁ ପଚରାଉଚରା କରାଯାଉଛି।

Leave A Reply

Your email address will not be published.