ମୁମ୍ବାଇ: ପଦ୍ମ ଘୁଂଚିଘୁଂଚି ଯାଉଛି । କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିପାରୁନି । ଅନ୍ୟପଟେ ଆର୍ଯ୍ୟନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ସାମ୍ନାକୁ ଆସିଛି ନୂଆ ଖବର ।
କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଆର୍ଥର୍ ରୋଡ ଜେଲରେ ଆର୍ଯ୍ୟନଙ୍କ ସମେତ ଅନ୍ୟ କିଛି ବିରଚାଧୀନ କଏଦୀ କ୍ୱାରେଣ୍ଟାଇନ୍ ସେଲ୍ରେ ରହିଥିଲେ । ଆଜି ସମସ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ୫ଜଣଙ୍କ ସମେତ ଆର୍ଯ୍ୟନଙ୍କୁ ସାଧାରଣ ସେଲକୁ ସ୍ଥାନାନ୍ତରିତ କରାଯାଇଛି ।
Mumbai: Aryan Khan and 5 others shifted to the common cell from quarantine barrack in the jail after their Covid report came negative, says Nitin Waychal
superintendent of Arthur Road Jail— ANI (@ANI) October 14, 2021
ସାଧାରଣରେ ସେଲରେ ଆର୍ଯ୍ୟନଙ୍କୁ କୌଣସି ପ୍ରକାର ବ୍ୟକ୍ତିଗତ ସୁବିଧା ମିଳିପାରିବ ନାହିଁ । ଖାସ କରି ଏହି କାରଣରୁ କିଙ୍ଗଖାନଙ୍କ ଚିନ୍ତା ଘନେଇବାରେ ଲାଗିଛି । ଗୋଟିଏ ପଟେ ରେଭ ପାର୍ଟିରେ ଆର୍ଯ୍ୟନ ଡ୍ରଗ୍ସ ସେବନ କରିଥିବା ଏନ୍ସିବି ଦାବି କରିଛି । ଅନ୍ୟପଟେ ଆର୍ଯ୍ୟନଙ୍କ ଓକିଲଙ୍କ ଅନୁଯାୟୀ ଚଢାଉ ସୟରେ ତାଙ୍କ ପାଖରେ ଟଙ୍କା କି ଡ୍ରଗ୍ସ ନଥିଲା ।