Latest Odisha News

BREAKING NEWS

ମର୍ମନ୍ତୁଦ ଦୁର୍ଘଟଣା, ବାଲି ବୋଝେଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ଯାଜପୁର: ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା । ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କଟିକଟା ଗାଁର ପ୍ରବଜନ ସାମଲ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି ସକାଳୁ ପ୍ରବଜନ ସାମଲ ପାଣିକୋଇଲି ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ବିନ୍ଧାଚନ୍ଦପୁର ଛକ ନିକଟରେ ଟାଉନ ପଟୁ ଦଶରଥପୁର ଯାଉଥିବା ବାଲିବୋଝେଇ ହାଇୱା ସହ ବାଇକ ଆରୋହୀଙ୍କ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ଗାଡ଼ିକୁ ଜବତ କରିଛି ।

Leave A Reply

Your email address will not be published.