Latest Odisha News

BREAKING NEWS

କାର୍-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ ସୁଲସୁଳିଆରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ବୋଲେରୋ । ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଏକ ଅଲ୍ଟୋ କାର ଓଡି୦୨ବିଏ୩୩୮୭ ରେ ରୁଚିଦା ଗ୍ରାମର ତିନିଜଣ ବ୍ୟକ୍ତି ସୋହେଲା ନିକଟସ୍ଥ ବନ୍ଦଲା ଗ୍ରାମକୁ ନିଜ ସମ୍ପର୍କୀୟ ର ଦଶାହ କାର୍ଯ୍ୟରେ ଯୋଗଦାନ କରିବାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ କାର ସହିତ ସୁଲସୁଳିଆ ତାଲପାଳି ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରରେ ବସିଥିବା ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ l

ସ୍ଥାନୀୟ ଲୋକେ ଆହତ ଯୁବକ ମାନଙ୍କୁ ୧୦୮ ଏମ୍ବୁଲାନ୍ସ ସାହାଯ୍ୟରେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଟୁକୁର୍ଲ୍ଲାକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ଅର୍ପଣ ଦେହେରି (୨୯)ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୀମସାର ବୁର୍ଲା କୁ ସ୍ଥାନାନ୍ତରିତ କରାଯାଇଛି ।

ମୃତ ଅର୍ପଣ ଦେହେରି ହେଉଛନ୍ତି ଅମ୍ବାଭୋନା ବ୍ଲକ ରୁଚିଦା ଗ୍ରାମର ଜଣାଶୁଣା କୀର୍ତ୍ତନ ଗାୟିକା ଅଞ୍ଜଣା ଦେହୀରିଙ୍କ ସ୍ୱାମୀ ଅଟନ୍ତି ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.