Latest Odisha News

BREAKING NEWS

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ଜଣେ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଗାଁରେ ବୋମାମାଡ଼। ଏଥିରେ ଜଣେ ଆହତ ହୋଇଥିବା ସୂଚନା ।

ମିଳିଥିବା ସୂଚନା ଅନୁସାରେ,ଗାଁର ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବାଦ ବିବାଦ ଲାଗି ରହିଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଙ୍ଗଳବାର ବିଳମ୍ବିତ ରାତିରେ ଆହତ ବ୍ୟକ୍ତିଙ୍କ ଘରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା। ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ।

ଏନେଇ ଆହତଙ୍କ ପରିବାର ପକ୍ଷରୁ ଥାନାରେ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.