Latest Odisha News

ଆଇଡି ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି: ଆଇଡି ବିସ୍ଫୋରଣରେ ଜଣେ ଯବାନ ଆହତ । ଛତିଶଗଡ଼ ବିଜାପୁରରେ କୋବ୍ରା ବାହିନୀର କମ୍ବିଂ ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ଆହତ ହୋଇଥିବା ସୁଚନା ମିଳିଛି । ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

କୋବ୍ରା ବାଟାଲିୟନ ଟିମ୍‌ ଛତିଶଗଡରେ ନକ୍ସଲଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ କୋବ୍ରା ଯବାନ ଆହତ ହୋଇଛନ୍ତି । ପୋଲିସ ଅଧିକାରୀଙ୍କ ମୁତାବକ, ଆହତ ଯବାନ ଜଣଙ୍କ ଅରୁଣ କୁମାର ଯାଦବ । ଆଇଡି ବିସ୍ଫୋରଣରେ ସେ ଆହତ ହୋଇଥିବା ବେଳେ ତାଙ୍କୁ  ରାୟପୁର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.