ଭୁବନେଶ୍ବର: ଗୁଗୁଲ୍ ପେ ନିଜର ୟୁଜରଙ୍କ ପାଇଁ ଏକ ନୂତନ ଏବଂ ସାନଦାର୍ ଫିଚର ଆଣିବାକୁ ଯାଉଛି। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ ଦୁନିଆରେ ଏକ ବଡ ପରିବର୍ତ୍ତନ ଆସିବ । ଖବରମୁତାବକ, ଭଏସ ଫିଚର ଗୁଗୁଲପେ ରେ ଯୋଡାଯିବ, ଫଳରେ ୟୁଜରମାନେ ଭଏସ କମାଣ୍ଡ ଦ୍ବାରା ନିଜର ପେମେଣ୍ଟ୍ କରିପାରିବେ ।
କମ୍ପାନୀର ଲିଡ୍ ପ୍ରଡକ୍ଟ ପରିଚାଳନା ମୁଖ୍ୟ ଶରଥ ବୁଲୁସୁ କହିଛନ୍ତି ଯେ, ଏହି ଫିଚର ସହିତ ଅନଲାଇନ୍ କାରବାର ପୂର୍ବ ଅପେକ୍ଷା ସହଜ ହେବ। କିନ୍ତୁ ଏହି ଫିଚର କିପରି କାମ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଅନୁମାନ କରାଯାଉଛି ଯେ ୟୁଜରମାନେ ଭଏସ୍ କମାଣ୍ଡ ଦ୍ବାରା ପେମେଣ୍ଟ କରିବାର ବିକଳ୍ପ ପାଇବେ ।
ବିଶେଷ କଥା ହେଉଛି ଏହି ଫିଚର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଯେଉଁମାନେ ପଢିବା ଏବଂ ଲେଖିବାରେ ଅସୁବିଧା ଅନୁଭବ କରନ୍ତି କିମ୍ବା ଯେଉଁମାନଙ୍କର ମାତୃଭାଷା ହିନ୍ଦୀ, ତାମିଲ, ଓଡିଆ, ବଙ୍ଗାଳୀ ପରି ଆଞ୍ଚଳିକ ଭାଷା ଅଟେ ।
ରିପୋର୍ଟ ଅନୁସାରେ, ଗୁଗୁଲ୍ ପେ ସରକାରଙ୍କ ଭାସିନି(Bhasini) ପ୍ରକଳ୍ପର ଏକ ଅଂଶ, ଯାହାର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଭାଷାରେ ଦେୟ ସେବାରେ ଉନ୍ନତି ଆଣିବା। କମ୍ପାନୀ କହିଛି ଯେ, ସେମାନେ ମେସିନ୍ ଲର୍ନିଂ ଏବଂ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ବ୍ୟବହାର କରି ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରୁଛନ୍ତି ।
ଏହାର ଉଦ୍ଦେଶ୍ୟ ହେଉଛି ଅନଲାଇନ୍ ଠକେଇକୁ ରୋକିବା ଏବଂ ୟୁଜରମାନଙ୍କୁ ଏକ ସହଜ ଏବଂ ଶୀଘ୍ର ଦେୟ ଅଭିଜ୍ଞତା ପ୍ରଦାନ କରିବା । କମ୍ପାନୀ ଭାରତକୁ ଏକ ବଡ ଅନଲାଇନ୍ ପେମେଣ୍ଟ ବଜାର ବୋଲି କହିଛି । ଭାରତରେ ଇନୋଭେସନ ଉପରେ ବିନିଯୋଗ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି ।
ଭାରତର ୟୁପିଆଇ ବଜାରରେ ତିନିଟି କମ୍ପାନୀ ଗୁଗୁଲ୍ ପେ, ଫୋନ୍ ପେ ଏବଂ ପେଟିଏମ୍ ପ୍ରାଧାନ୍ୟ ବିସ୍ତାର କରିଛି । ନଭେମ୍ବର ୨୦୨୪ ରିପୋର୍ଟ ଅନୁଯାୟୀ, ଭାରତରେ ଗୁଗୁଲ୍ ପେ’ର ୟୁପିଆଇରେ ଅଂଶ ପ୍ରାୟ ୩୭ ପ୍ରତିଶତ ଥିବାବେଳେ ଫୋନ୍ ପେ’ର ଅଂଶ ୪୭.୮ ପ୍ରତିଶତ ଅଟେ ।
Comments are closed.