ଅନୁଗୁଳ: ଦିନକୁ ଦିନ ବଢ଼ିଚାଲିଛି ହାତୀ ଆକ୍ରମଣ। ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ। ଏହିପରି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଗାଁରେ। ମୃତକ ଜଣକ ହେଲେ ଯୋଗେଶ୍ୱର ଦେବତା।
ସୂଚନା ଅନୁସାରେ, ଯୋଗେଶ୍ୱର ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ହେଲେ ଗାଁ ମୁଣ୍ଡରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଭୋର ପ୍ରାୟ ଚାରିଟା ସମୟରେ ହଠାତ୍ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି।
Comments are closed.