Latest Odisha News

BREAKING NEWS

ଆଉ ଜଣେ ବିଜେପି ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ଆଉ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଧାୟକ ଜଣକ ହେଉଛନ୍ତି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ୍ । ଏ ସମ୍ପର୍କରେ ସେ ସୋସିଆଲ୍ ମିଡିଆରେ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ମୁଁ ଅସୁସ୍ଥତା ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି । ଯାହା ପଜିଟିଭ ଆସିଛି ।

ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କ୍ୱାରେନଣ୍ଟାଇନରେ ଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦଳର ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ମାଲକାନଗିରି ବିଧାୟକ ଆଦିତ୍ୟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.