Latest Odisha News

BREAKING NEWS

ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ, ମୋଟ ସଂଖ୍ୟା ୧୭୮କୁ ବୃଦ୍ଧି

ଭୁବନେଶ୍ୱର : ବୁଧବାର ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ସେପଟେ ବାଲେଶ୍ୱର ଜିଲ୍ଲାରେ ଏହି ୨୫ ଛୁଇଁଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ନୂଆ ଚିହ୍ନଟ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇନାହିଁ ।

କରୋନା ରାଜ୍ୟର ୧୬ଟି ଜିଲ୍ଲାରେ କାୟା ବିସ୍ତାର କରିଛି । ବିଭିନ୍ନ କୋଭିଡ୍ ୧୯ ହସ୍ପିଟାଲରେ ଚିକିତ୍ସା ପରେ ୬୦ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.