Latest Odisha News

ଆଉ ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଜଣଙ୍କ ପରେ ଜଣେ ସେବାୟତ କରୋନା ସଂକ୍ରମିତ ହେଉଛନ୍ତି । ପୁଣି ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ବାହାରିଛନ୍ତି । ତେବେ ନୂଆ ସଂକ୍ରମିତ ସେବାୟତ ରଥ ନିର୍ମାଣ କରୁ ନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୦ ଜଣ ମହାରଣା ଓ ଭୋଇ ସେବାକ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୨ ଜଣ ମହାରଣା ଓ ୮ ଜଣ ଭୋଇ ସେବକ ଅଛନ୍ତି । ସେମାନେ ଏବେ ଆଇସୋଲେସନରେ ରହି ଚିକିତ୍ସାତ ହେଉଛନ୍ତି ।

ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ରଥଖଳା ବାୟୋ ବବଲ୍ ସୁରକ୍ଷା ବଳୟରେ ରଖିଛି ପ୍ରଶାସନ । ରଥ ନିର୍ମାଣରେ ନିୟୋଜିତ ସେବାୟତ କେବଳ ଭିତରକୁ ଯାଇ ପାରିବେ । ଆଉ କାହାକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ । କରୋନା କଟକଣା ଓ ଗାଇଡଲାଇନ୍ ଭିତରେ ରଥଖଳାରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି ।

Leave A Reply

Your email address will not be published.