Latest Odisha News

ଭୟଙ୍କର ହେଉଛି କରୋନା; ଦେଶରେ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୭୬୫୮୩ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭୪୫ ଛୁଇଁଛି । ଗତ ୨୪ ଘଣ୍ଟାରେ ୯୯୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ୧୩୩୬୩୨ ଆକ୍ଟିଭ କେସ୍‌ ଥିବାବେଳେ ୧୩୫୨୦୬ ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ରିପୋର୍ଟ ଅନୁଯାୟୀ ସଂକ୍ରମଣରେ ମହାରାଷ୍ଟ୍ର ଚାଇନାକୁ ଟପିଯାଇଛି।

Leave A Reply

Your email address will not be published.