Latest Odisha News

BREAKING NEWS

ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ ଘଟଣା : ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପିପିଲି: ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ଼ ଘଟଣା  । ଫେରାର ଥିବା ୩ ଅଭିଯୁକ୍ତ ଗିରଫ  । ନିମାପଡା ଅରିଷଣ୍ଢ ଡଗରାସାହି ଗହିରରୁ ୩ ଅଭିଯୁକ୍ତ ଧରାପଡିଛନ୍ତି । ଗାଡି ଛାଡି ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ଏମାନଙ୍କୁ ଧରିଛି । ଟୋଲ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ କରିଥିଲେ । ଏମାନେ ଦୁଇ ରାଉଣ୍ଡ ଫାଙ୍କା ଗୁଳିମାଡ କରି ଫେରାର ହୋଇଯାଇଥିଲେ ।

ଗ୍ରାମବାସୀଙ୍କ ସହଯୋଗରେ ଗିରଫ କରିଛି ପୋଲିସ । ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ବଚସା ପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକ୍ରମଣରେ ଜଣେ ଟୋଲ୍ କର୍ମଚାରୀ ଆହତ ହୋଇଥିଲେ । ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ୯ ଜଣିଆ ଟିମ୍ ଗଠନ କରିଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.