ସୁନ୍ଦରଗଡ : ଗତ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ସୁନ୍ଦରଗଡରୁ ଆସିଛି ଏକ ଦୁଃଖଦ ଘଟଣା । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଜଣେ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ହୋଇଛି । ମୃତକ କୁରୁନାଥ କାନ୍ତା ବୋଲି ଜଣାପଡିଛି ।
କୁରୁନାଥଙ୍କ ଘରେ ହୋଇଥିବାବେଳେ ତାଙ୍କ ଉପରେ କାନ୍ଥ ଭୁଶୁଡି ପଡିଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କୁରୁନାଥଙ୍କ ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।
Comments are closed.