Latest Odisha News

BREAKING NEWS

‘ୱାନ ପ୍ଲସ’ର ନୂଆ ସ୍ମାର୍ଟଫୋନ କନସେପ୍ଟ ୱାନ; ଜାନୁଆରୀ ୭ ରେ ହେବ ଲଞ୍ଚ

ମୁମ୍ବାଇ: ମୋବାଇଲ ଫୋନ ନିର୍ମାତା କମ୍ପାନୀ ୱାନ ପ୍ଲସର ନୂଆ ସ୍ମାର୍ଟଫୋନ ‘କନସେପ୍ଟ ୱାନ’ ଲଂଚିଙ୍ଗ ପ୍ରସ୍ତୁତି ରେ ଅଛି | କମ୍ପାନୀ ଏଥିପାଇଁ ଟ୍ରିଜର ଜାରିକରିଛି | ନିକଟରେ ୱାନ ପ୍ଲସ ଘୋଷଣା କରିଛି ଯେ ୭ ଜାନୁଆରୀ କୁ ଲାସ ବେଗସ ରେ କମ୍ୟୁଟର ଇଲେକ୍ଟ୍ରୋନିକସ ସୋ ସିଇଏସ ୨୦୨୦ ରେ ଏହା ପଦର୍ଶିତ କରିବ କିନ୍ତୁ କମ୍ପାନୀ ଏହା ସ୍ପଷ୍ଟ କରିନି ଯେ ଏହା କିଭଳି ସ୍ମାର୍ଟଫୋନ ଓ କଣ କଣ ସବୁ ଫିଚର୍ସ ଦେବ | କିନ୍ତୁ ଅଶାକରାଯାଉଛି ଯେ କମ୍ପାନୀ ଏହା ଫୋଲ୍ଡେବୁଲ ସ୍ମାର୍ଟଫୋନ ରୂପରେ ହେବବୋଲି |

ଚୀନ ମାଇକ୍ରୋ ବ୍ଲଗିଙ୍ଗ ୱେବସାଇଟ Weibo ରେ ୱାନ ପ୍ଲସ ର ଟ୍ରିଜର ଭିଡ଼ିଓ ଦିଆଯାଇଛି ଯେଉଁଥିରେ ସୂଚନା ମିଳୁଛି ଯେ ଏହା ଫୋଲ୍ଡେବୁଲ ସ୍ମାର୍ଟଫୋନ ହେବ ବୋଲି |

କୋରିଆନ ହେରାଲଡ଼ ର ରିପୋର୍ଟ ମୁତାବିକ ୱାନ ପ୍ଲସ ର ପ୍ରଥମ ଫୋଲ୍ଡେବୁଲ ସ୍ମାର୍ଟଫୋନ ହେଉଛି ସିଇଏସ ୨୦୨୦ ରେ ଲଞ୍ଚ କରାଯାଇପାରେ | ଏହାର ଡିଜାଇନ ଗଲାକ୍ସି ଫୋଲ୍ଡ ପରିହେବ | ଏହାର ଅର୍ଥ ଏହା ଅନ ଫୋଲଡ଼ କଲେ ଟାଵଲେଟ ସାଇଜର ହେବ |

ଏହି ନୂଆ ଫୋଲ୍ଡେବଲ ସ୍ମାର୍ଟଫୋନ ସହ ନୂଆ ଚାରଜିଙ୍ଗ ଟେକ୍ନୋଲୋଜି ମଧ୍ୟ ଆଣିପାରେ | ଏହାସହ କମ୍ପାନୀ ୪୦ୱାଟ ୱେଆରଲେସ ଚାରଜିଙ୍ଗ ସପୋର୍ଟ ଦେଇପାରେ | ଏହା ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ ଏଥିରେ ୧୦୦ୱାଟ ଫାଷ୍ଟ ଚର୍ଜୀଂ ମିଳିବ |

ସୂଚନାଯୋଗ୍ୟଯେ, କମ୍ପାନୀ ପୂର୍ବ ୬ବର୍ଷରେ ମୋଟ ୧୩ ସ୍ମାର୍ଟଫୋନ ଲଞ୍ଚ କରିଛି |ଆଗାମୀ ବର୍ଷରେ ୩ଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିପାରେ |

Leave A Reply

Your email address will not be published.