Latest Odisha News

BREAKING NEWS

୬୦ ଟଙ୍କାକୁ ଖସିଲା ଦର; ଓଡ଼ିଶାକୁ ଆସିଲା ନାସିକ୍ ପିଆଜ

ଭୁବନେଶ୍ୱର: ଓଡିଶା ବଜାରରେ ପହଞ୍ଚିଛି ନାସିକ ପିଆଜ । ଗତ କିଛିଦିନ ତଳେ ୧୫୦ ପାର କରିଥିବା ପିଆଜ ଦର ନିୟନ୍ତ୍ରଣକୁ ଆସୁଛି ।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଏବେ ପାଇକାରୀ ବା ହୋଲ୍‌ସେଲ୍‌ ଦର ୫୫ଟଙ୍କାରୁ ୬୦ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି ।

ଏବେ ନାସିକ ଓ ବାଙ୍ଗାଲୋରରୁ ପ୍ରତିଦିନ ୨,୦୦୦ ଟନ୍ ପିଆଜ ଓଡ଼ିଶାକୁ ଆମଦାନୀ କରାଯାଉଥିବା ବେଳେ ଓଡ଼ିଶାକୁ ଦୈନିକ ୩,୫୦୦ ଟନ୍ ପିଆଜ ଆବଶ୍ୟକ ବୋଲି ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି ।

ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଓଡ଼ିଶାର କଣ୍ଟାବାଞ୍ଜି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ନୂଆ ପିଆଜ ଅମଳ ହେବ ବୋଲି ସୂଚନା ମିଳିଛି ।

ତେବେ ଓଡିଶା ପିଆଜ ବାଜରକୁ ଆସିଲେ ଏହା କିଲୋପ୍ରତି ମୂଲ୍ୟ ୧୫ରୁ ୨୦ ଟଙ୍କାକୁ ଖସିଆସିବ ବୋଲି ପରିବା ବ୍ୟବସାୟୀ ମାନେ କହିଛନ୍ତି ।

ଏବେ ନାସିକରେ ମଧ୍ୟ ପିଆଜ ଆମଦାନୀ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ପିଆଜ ମୂଲ୍ୟ ଆହୁରି କମିଯିବ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବନ୍ୟା ପରେ ପିଆଜ ଦର ୧୫୦ ଟଙ୍କା ପାର କରିଥିଲା। ଯାହା ଏବେ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି।

Leave A Reply

Your email address will not be published.