Latest Odisha News

BREAKING NEWS

ରିଲିଜ ହେଲା ‘ଛପାକ’ର ଟ୍ରେଲର; ୩ ଦିନରେ ଦେଖିଲେ ୩୦ କୋଟିରୁ ଉର୍ଦ୍ଧ୍ବ ଲୋକ

ମୁମ୍ବାଇ: ସତ୍ୟ ଘଟଣା ଉପରେ ଆଧାରିତ ଦୀପିକା ପାଦୁକୋନଙ୍କ ଅପକମିଙ୍ଗ ମୁଭି ଛପାକ’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବାର ୩ଦିନ ମଧ୍ୟରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଲୋକ ଏହାକୁ ଦେଖି ସାରିଲେଣି ।


ଫିଲ୍ମରେ ଦମଦାର ଆକ୍ଟିଂ ସହ ପ୍ରମିସିଙ୍ଗ ରୋଲରେ ନଜର ଆସିଛନ୍ତି ଦୀପିକା ପାଦୁକୋନ । ମୁଭି ‘ଛପାକ୍‍’ ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ ।

ଟ୍ରେଲର ଦେଖିବା ପରେ ସମସ୍ତେ ଦୀପିକାଙ୍କ ଅଭିନୟକୁ ପ୍ରଶଂସା କରିବା ସହ ଜୀବନ୍ତ ଲାଗୁଥିବା ତାଙ୍କ ଲୁକକୁ ମଧ୍ୟ ତାରିଫ୍ କରୁଛନ୍ତି ।

ତେବେ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ମୁଭି । ‘ଛପାକ’ର ଟ୍ରେଲରକୁ ପ୍ରଶଂସା କରୁଛନ୍ତି ଦର୍ଶକ ।

Leave A Reply

Your email address will not be published.