Latest Odisha News

BREAKING NEWS

ଦୂରରେ ଥାଇ ପ୍ରେମୀଯୁଗଳ କରିପାରିବେ କିସ୍‌

ପ୍ରେମୀଯୁଗଳଙ୍କ କାରନାମାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳେ । ଖାସ୍‌କରି ସେମାନେ ଯେତେବେଳେ ଏକାନ୍ତରେ ମିଶିବାକୁ ପସନ୍ଦ କରନ୍ତି ସମାଜ ସେମାନଙ୍କୁ ସନ୍ଦେହୀ ନଜରରେ ଦେଖେ । ଏହାର କାରଣ ହେଲା ସବୁ ପ୍ରେମୀଯୁଗଳ ନିଜର ମନର ମଣିଷ ପାଖରେ ଏକାଠି ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ପରସ୍ପରଠାରୁ ବହୁ ଦୂରରେ ରହୁଥିବା ପ୍ରେମୀ ଯୁଗଳଙ୍କ କ୍ଷେତ୍ରରେ ଏହା ସବୁବେଳେ ସମ୍ଭବ ହୋଇ ନ ଥାଏ । ସମୟ ଏକାଠି ଅତିବାହିତ କରିବା ତ ଭିନ୍ନ କଥା ପରସ୍ପରକୁ ଭେଟିବାକୁ ବି ସୁଯୋଗ ପାଇ ନ ଥାନ୍ତି । ତେବେ ପ୍ରେମୀଯୁଗଳଙ୍କ ଏପରି ସମସ୍ୟାକୁ ନେଇ ଚୀନ୍‌ରେ କିଛି ଟେକ୍‌ନିସିଆନ ଏପରି ଏକ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି, ଯାହା ପ୍ରେମୀ ଯୁଗଳଙ୍କ କାମରେ ଆସିବ । ପରସ୍ପରଠାରୁ ସେମାନେ ଦୂରରେ ରହୁଥିଲେ ମଧ୍ୟ ଏହି ଯନ୍ତ୍ର ସାହାଯ୍ୟରେ ପରସ୍ପରକୁ କିସ୍ କରିପାରିବେ ।

ଏହି ଯନ୍ତ୍ରକୁ ଏବେ ଫେବୋରାଇଟ୍ କିସିଂ ଡିଭାଇସ୍ ବୋଲି କୁହାଯାଉଛି । ତଥ୍ୟ ଅନୁସାରେ, ଏହି ଡିଭାଇସ୍‌ରେ ଏକ ସିଲିକନ୍‌ରେ ପ୍ରସ୍ତୁତ ଓଠ ଲାଗିଛି । ସେହି ଯନ୍ତ୍ରରେ କିସ୍ କଲେ ତାହା ପ୍ରକୃତ କିସ୍ ଭଳି ଲାଗିବ । ମଣିଷ ଶରୀରରେ କିସ୍‌କୁ ନେଇ ଯେଭଳି ଅନୁଭବ ହୁଏ, ତାହା ଏହି ଯନ୍ତ୍ର ସାହାଯ୍ୟରେ ବି ଅନୁଭବ ହେବ । ସେଥିପାଇଁ ଏକ ସ୍ୱତନ୍ତ୍ର ଆପ୍ଲିକେଶନ ଡ଼ାଉନଲୋଡ଼ କରିବାକୁ ପଡ଼ିବ । ପରେ ଆପ ଜରିଆରେ ଡିଭାଇସ୍‌କୁ ଫୋନ ସହ ସଂଯୋଗ କଲେ ସିଲିକନ ଡ଼ିଭାଇସ୍ ଜରିଆରେ କିସ୍‌ର ଅନୁଭବ ମିଳିବ । ଏହି ଯନ୍ତ୍ରର ପ୍ରସ୍ତୁତକାରୀ ଜିଆଙ୍ଗ ଝୋଙ୍ଗ୍‌ଲି କୁହନ୍ତି, ଯୁବପିଢୀଙ୍କ ଭିତରେ ଏହା ଆଦୃତ ହୋଇଛି ଓ ଆଗକୁ ଆବଶ୍ୟକ ପଡ଼ିଲେ ଏଥିରେ କିଛି ପରିବର୍ତ୍ତନ ବି କରିହେବ । ପୂର୍ବରୁ ୨୦୧୬ ମସିହାରେ ମାଲେସିଆ ରେ ଏଭଳି ଏକ ଡିଭାଇସ୍ ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି ।

 

Leave A Reply

Your email address will not be published.