Latest Odisha News

ଅଲ ଇଣ୍ଡିଆ ଇଂଟର ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ବିଜୟୀ ବାପି ଦାସଙ୍କୁ ସମ୍ବର୍ଦ୍ଧନା

ପୁରୀ: ହରିୟାଣାରେ ଅନୁଷ୍ଠିତ ଅଲ ଇଣ୍ଡିଆ ଇଂଟର ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିବା ପୁରୀର ବାପି ଦାସଙ୍କୁ ଆଜି ସ୍ଥାନୀୟ ଜାତୀୟ ବ୍ୟାୟାମ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ବାପି ତୃତୀୟ ସ୍ଥାନରେ ରହିଥିଲେ । ସେ ଆନ୍ତର୍ଜାତୀୟ କୋଚ ମନୀଷା ସାମଲଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ନରସିଂହ ଲେଙ୍କା, ମହାବୀର ପ୍ରତିହାରୀ, ସତ୍ୟନାରାୟଣ ମହାନ୍ତି, ରବୀନ୍ଦ୍ରନାଥ ସେନାପତି, ନାରାୟଣ ବେହେରା ଓ ଶିବାଜୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

BjdElectrycity

ବାପିଙ୍କୁ ଏକ ବାଇକ ରାଲୀରେ ଜାତୀୟ ବ୍ୟାୟମ ଭବନର ଯୁବକମାନେ ପାଛୋଟି ଆଣିଥିଲେ । ସେ ମଧ୍ୟ କଠିନ ପରିଶ୍ରମ କରି ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ପଦକର ରଙ୍ଗ ବଦଳାଇବାକୁ ଚେଷ୍ଟା କରିବେ ବୋଲି କହିଥିଲେ । କୋଚ ମନୀଷା ମଧ୍ୟ ବାପିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହିଥିଲେ । ସେ କଠିନ ପରିଶ୍ରମ କରୁଥିବାରୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.