Latest Odisha News

BREAKING NEWS

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ତରଫରୁ ଅନଲାଇନ କବିତା ଆସର

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ପାଳନ ଅବସରରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର( ଆର୍ . ପି. ଓ.ପି ) ଆନୁକୂଲ୍ୟରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି।

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସାରସ୍ୱତ ସଭାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଥିଲେ। ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ମାନେ ଦେଶର ଆର୍ଥନୈତିକ, ବୈଷୟିକ ଓ ବୌଦ୍ଧିକ ବିକାଶ ଦିଗରେ ବିଶେଷ ଯୋଗଦାନ ଦେଉଛନ୍ତି ବୋଲି ବାଚସ୍ପତି ମତ ରଖିଥିଲେ।

ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଓଡ଼ିଆ ଭାଷା, ସାହିତ୍ୟ ଓ ପରମ୍ପରାକୁ ଲୋକପ୍ରିୟ କରିବାରେ ଆର୍. ପି. ଓ. ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ ମତ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ଆମ୍ବେଦକର ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ. ଦେବେନ୍ଦ୍ର ମାଝୀ ଓଡ଼ିଆ ଜାତିର ସାହସ ଓ ନିର୍ଭୀକତା ଉପରେ ଆଲୋଚନା କରିଥିଲେ।

ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆଙ୍କ ରଚିତ ‘ କରୋନା କାଳ ‘ ଶୀର୍ଷକ କବିତା ଦର୍ଶକ ମାନଙ୍କୁ ଅଭିଭୂତ କରିଥିଲା। ଏହାସହିତ ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କର ବ୍ୟଙ୍ଗ କଟାକ୍ଷର ଅଭିଭାଷଣରେ ଦର୍ଶକ ମୁଗ୍ଧ ହୋଇଥିଲେ।

ଏହି ଆସରରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ କବି ଓ କବୟତ୍ରୀ ଭାଗ ନେଇ ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଆର୍. ପି .ଓ .ର ସମ୍ପାଦକ ମୀନକେତନ ମିଶ୍ର, ଏବଂ ସହ ସମ୍ପାଦକ ସନ୍ତୋଷ ରାଉତ ଓ ସରିତା ମହାପାତ୍ର ଏହି ସାରସ୍ୱତ ସଭାକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.