Latest Odisha News

BREAKING NEWS

‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକୁ ପ୍ରଶଂସା କଲେ ଜାତୀୟ ଡିଫେନ୍ସ ପ୍ରତିନିଧି ଦଳ

ଭୁବନେଶ୍ୱର:  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ ।

ରାଜ୍ୟର ସାମାଜିକ ଓ ରାଜନୈତିକ ବାତାବରଣ, ଶାସନ ବ୍ୟବସ୍ଥା ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏୟାର ମାର୍ଶାଲ ବିଭି ଉପାଧ୍ୟାୟଙ୍କ ନେତୃତ୍ୱରେ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ସମୟରେ ସେମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ଭୂୟସର ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ନିଆଯାଇଥିବା ପ୍ରଭାବ ଶାଳୀ ପଦକ୍ଷେପ ଲ୍ୟାଣ୍ଡ ରୋକର୍ଡର ଅଟୋମେସନ ଡିଜିଟାଇଜେସନ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇ ଅତ୍ୟନ୍ତ ସନ୍ତୋଶ ପ୍ରକାଶ କରିଥିଲେ ।

Leave A Reply

Your email address will not be published.