Latest Odisha News

BREAKING NEWS

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ ।

ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍ କୁଆଡେ ମୋଟା ଅଙ୍କର ଫିସ୍ ନେଇଛନ୍ତି । ହେଲେ ଏବେ ଫିଲ୍ମରେ ଫିମେଲ ଲିଡ୍ ଚିନ୍ତାର କାରଣ ପାଲଟିଛି । ପ୍ରଥମେ ଏହି ଫିଲ୍ମ ପାଇଁ ଦୀପିକା ପାଦୁକୋନଙ୍କୁ ନେବା ପାଇଁ ଯୋଜନା ଚାଲିଥିଲା । ହେଲେ ନାଗ ଅଶ୍ୱୀନ ନିଜ ଫିଲ୍ମରେ ପ୍ରଭାସ୍‌ଙ୍କ ବିପକ୍ଷରେ ଦୀପିକାଙ୍କୁ ସାଇନ୍ କରିଥିବାରୁ ତାହା ସମ୍ଭବପର ହୋଇପାରିନି ।

ଅନ୍ୟ ବିକଳ୍ପ ଭାବେ ପୂଜା ହେଗ୍‌ଡେଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ପୂଜା ବି ପ୍ରଭାସଙ୍କ ସହ ଫିଲ୍ମ ରାଧେ ଶ୍ୟାମରେ ଆସୁଥିବାରୁ ଏହି ପ୍ରସ୍ତାବକୁ ପ୍ରଯୋଜକ ଖାରଜ କରିଥିଲେ । ଅନ୍ୟପଟେ ପ୍ରଭାସ ଗୋଟିଏ ପରେ ଗୋଟିଏ ହାଇ ବଜେଟ୍ ମୁଭି ସାଇନ୍ କରିଚାଲିଛନ୍ତି ।

ଫିଲ୍ମ ଆଦି ପୁରୁଷ ପାଇଁ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ ଚୟନ ହୋଇନପାରିବା ନିର୍ଦ୍ଦେଶକ ଓମ୍ ତଥା ପ୍ରଭାସଙ୍କୁ ବି ଚିନ୍ତାରେ ପକାଇଛି । ପ୍ରଭୁ ରାମଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ହିନ୍ଦୁ ଧର୍ମର ଅନେକ ଗାଥାକୁୁ ନିର୍ଦ୍ଦେଶକ ଓମ୍ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଇବାକୁ ଚିନ୍ତା କରିଛନ୍ତି ।

ଅନ୍ୟପଟେ ପ୍ରଭାସଙ୍କ ବିବାହ କରାଇବାକୁ ତାଙ୍କ ପରିବାର ଲୋକେ ବି ଚିନ୍ତିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ବିବାହ ପାଇଁ ପ୍ରାୟ ୨ହଜାର ପ୍ରସ୍ତାବ ଆସିଥିଲାବେଳେ ପ୍ରଭାସଙ୍କ ହିଁ ଭରିବା ନେଇ ପରିବାର ଲୋକେ ଚାହିଁ ବସିଛନ୍ତି । ଅଧିକାଂଶ ପ୍ରସ୍ତାବ ରାଜୁ ସମ୍ପ୍ରଦାୟରୁ ଆସିଥିବା ଜଣାପଡିଛି । ତେବେ ପ୍ରଭାସ କିନ୍ତୁ କୌଣସି ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟରେ ବିବାହ କରିବାକୁ ଚାହୁଁନାହାନ୍ତି । ବରଂ ସେ ନିଜ ଜୀବନ ସଙ୍ଗିନୀ ପାଇଁ ମାତା ସୀତାଙ୍କ ଭଳି ଜଣେ ଝିଅକୁ ଖୋଜୁଛନ୍ତି ।

Leave A Reply

Your email address will not be published.