କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଓପିଡି ସେବାକୁ ଶୁକ୍ରବାର ଦିନ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ବନ୍ଦ କରାଯାଇଛି ।
କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏମଜେନ୍ସି ବ୍ୟତିତ ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିବ ବୋଲି ସୁତ୍ରରୁ ପ୍ରକାଶ ।
ଏହି ସମୟରେ ହସ୍ପିଟାଲ ପରିସରରେ ସମସ୍ତ ଷ୍ଟାଫ୍, ରୋଗୀ ଓ ଆଟେଣ୍ଡାଣ୍ଟ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହା ବ୍ୟତିତ ହସ୍ପିଟାଲ୍ ବିଲ୍ଡିଂ କେହି ବାହାର ବ୍ୟକ୍ତି ଗାଡି ମୋଟର ରଖି ପାରିବେ ନାହିଁ ।
ଏପରିକି କରୋନା ମହାମାରୀ ସମୟରେ ଅନ୍ୟ ବିଭାଗର କର୍ମଚାରୀ ମାନେ ନଜଣାଇ ଛୁଟିରେ ଯାଇ ପାରିବେ ନାହିଁ ବୋଲି ସେ କହିଛନ୍ତି ।
Comments are closed.